Masthead

ଆଇନମନ୍ତ୍ରୀ ଆଇନ ଭାଙ୍ଗିଲେ ଫାଇନ କାଟିବ କିଏ ?

କଟକ (ବଡ଼ ଖବର ବ୍ୟୁରୋ):  ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ ଠିକ ସେହିଭଳି ବିଧାୟକ ମନ୍ତ୍ରୀ ଗଣତନ୍ତ୍ରର ପବିତ୍ର ଗୃହ ବିଧାନ ସଭାରେ ଶପଥ କରୁଛନ୍ତି ସାମ୍ବିଧାନିକ ବ୍ୟବସ୍ଥା ରେ ଥିବା ଆଇନିକୁ ପାଳନ କରିବୁ। ଦୁଃଖର ବିଷୟ ପବିତ୍ର ଗୃହରେ ଶପଥ ଭୁଲି ନିଜର ଆତ୍ମ ପ୍ରଚାର ପାଇଁ ଆଇନକୁ ଭାଙ୍ଗିବାକୁ ପଛାଉ ନାହାନ୍ତି। ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କିଶନ ନଗର ତହସିଲ ଅନ୍ତର୍ଗତ କିଶନ ନଗର ଥାନା ଅଧିନସ୍ଥ କୂଳ ସମିତଙ୍ଗା ଗ୍ରାମରେ।

ଗତ କାଲି ସମିତଙ୍ଗା ମହାଲକ୍ଷ୍ମୀ ଟ୍ରଷ୍ଟ ତାହାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳନ କରୁଥିଲା। ଏହି ଉତ୍ସବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ପଞ୍ଚାୟତରାଜ ଆଇନି ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସରକାର କୋଭିଡ ପାଇଁ ଯେଉଁ ଆଇନି ପ୍ରଣୟନ କରିଛନ୍ତି ତାହାର ଖୁଲମ ଖୁଲା ଉଲ୍ଲଘଂନ ହେଲା ସେଥି ପାଇଁ ବିଧାୟକ ମନ୍ତ୍ରୀ ଦାୟୀ ରହିବେକି।

ଏ ଭଳି କାର୍ଯ୍ୟକ୍ରମ କରିବାକୁ ପ୍ରଶାସନ ଅନୁମତି ଦେଇଥିଲାକି? ଯଦି ଦେଇଥିଲା କୋଭିଡି ଆଇନି ଉଲ୍ଲଘଂନ ହେଲା ପ୍ରଶାସନ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନାହିଁ। ପୂଜା ପାଇଁ କଟକଣା ଥିଲାବେଳେ ମହା ଆଡ଼ମ୍ବରରେ ଏ ଭଳି କାର୍ଯ୍ୟକ୍ରମ କରିବା ପାଇଁ ଆୟୋଜକଙ୍କୁ ପରୋକ୍ଷରେ ଅତିଥି ହୋଇ ଆସିଥିବା ବିଧାୟକ,ମନ୍ତ୍ରୀଙ୍କ ଆଶୀର୍ବାଦ ଥିବାରୁ ପ୍ରଶାସନ ଆଖି ଥାଇ ଅନ୍ଧ ସାଜିଲା।ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି ବିଧାୟକ ଏବଂ ଆଇନି ମନ୍ତ୍ରୀ ଆଇନି ଭାଙ୍ଗିଲେ ଫାଇନି କାଟିବ କିଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍ 🔴 ନେପାଳ ପ୍ରଳୟଙ୍କରୀ ବନ୍ୟା, ଗଲାଣି ୧୬୫ ଜୀବନ 🔴 ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 🔴 ସୁଦ୍ଧକ୍ରିୟା ପାଇଁ ଆସି ଭାସିଗଲେ 🔴 ମାଟି ତଳୁ ମାଓ ସାମଗ୍ରୀ ଜବତ 🔴 ‘ଶ୍ରୀଜଗନ୍ନାଥଙ୍କୁ ବିକୃତ ପ୍ରଦର୍ଶନ ଶାସ୍ତ୍ର ବିରୋଧୀ’ 🔴 ମେଡିକାଲରୁ ଫେରାର ମାରିଲା ଅଭିଯୁକ୍ତ 🔴 ୨୪ ଘଣ୍ଟା ଭିତରେ ବର୍ଷା ସମ୍ଭାବନା 🔴 ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ 🔴 ପାହାଳ ମିଠା ଦୋକାନରେ ବଡ଼ ଧରଣର ରେଡ୍!,ଚାଲିଛି ଜୋରଦାର ଯାଞ୍ଚ 🔴 ପାକିସ୍ତାନ ସୀମା ନିକଟରେ ଗର୍ଜିବ ଆମେରିକୀୟ F35 !, ‘ତରଙ୍ଗ ଶକ୍ତି ୨୦୨୬’ରେ ଦେଖାଇବ ଦମ୍