Masthead

ପୂର୍ବରୁ ମିଳିଥିଲା ସୀତାଙ୍କ ଶିଳ, ଏବେ ମିଳିଲା ଚରଣ ପାଦୁକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅଯୋଧ୍ୟାରେ କାମ ଜାରି ରହିଛି । ମନ୍ଦିର ନିର୍ମାଣ ଲାଗି ଏବେ ଗର୍ଭାଶୟ ଖନନ ଚାଲିଛି । ରାମଲଲାଙ୍କ ମନ୍ଦିର ନିର୍ମାଣ ପାଇଁ ୪୦ ଫୁଟ ଗଭୀର ପର୍ଯ୍ୟନ୍ତ ଖନନ କରାଯାଉଛି । ଏହାରି ମଧ୍ୟରେ ଏକ ଚରଣ ପାଦୁକା ସହିତ ପ୍ରାଚୀନ ପଥର ଏବଂ ଖଣ୍ଡବିଖଣ୍ଡିତ ମୂର୍ତ୍ତିର ଅବଶିଷ୍ଠାଂଶ ମିଳିଛି । ପ୍ରାଚୀନ ମନ୍ଦିରର ଏହି ଭଗ୍ନାବଶେଷକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସ ଦ୍ୱାରା ସୁରକ୍ଷିତ ରଖାଯାଇଛି ।

ଏଏସଆଇ ପକ୍ଷରୁ ଖଣ୍ଡବିଖଣ୍ଡିତ ମୂର୍ତ୍ତିର ଅବଶିଷ୍ଠାଂଶ ବୈଜ୍ଞାନିକ ଆଧାରରେ ଯାଞ୍ଚ କରାଯାଉଛି। ପୂର୍ବରୁ ମଧ୍ୟ ରାମଜନ୍ମଭୂମି ପରିସରରେ ମାଟି ସମତଳ ବେଳେ ପ୍ରାଚୀନ ମୂର୍ତ୍ତି ଓ ଅନ୍ୟ ସାମଗ୍ରୀ ମିଳିଥିଲା । ଏଗୁଡିକ ଥିଲା ଅତୀ ପ୍ରାଚୀନ ଓ ମୂଲ୍ୟବାନ । ସୀତାଙ୍କ ରୋଷେୟୀ ଘର ଖନନ ସମୟରେ ମିଳିଥିଲା ବିରାଟ ଶିଳ । ଏବେ ଭଗବାନ ଶ୍ରୀରାମଙ୍କ ଚରଣ ପାଦୁକା ମିଳିବା ପରେ ଏଠାରେ ପୂର୍ବରୁ ଶ୍ରୀରାମ ମନ୍ଦିର ଥିବା ସ୍ପଷ୍ଟ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଯଥାର୍ଥ ବୋଲି ହିନ୍ଦୁ ସମାଜ କହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି