Masthead

ଟିକାକରଣକୁ ନେଇ ଶ୍ରେୟ ଦେବା ବଦଳରେ ସମାଲୋଚନା କଲା କଂଗ୍ରେସ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଟିକାକରଣକୁ ନେଇ ଐତିହାସିକ ରେକର୍ଡ ସୃଷ୍ଟି କରି ପାରିଛି । ମାତ୍ର ଅଳ୍ପ କିଛି ଦିନରେ ଦେଶରେ ୧୦୦ କୋଟି ଟପିଛି କୋଭିଡ ଟିକାକରଣ । ଏ ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ୱରୁ ଭାରତକୁ ଶୁଭେଚ୍ଛାର ଛୁଅ ଛୁଟିବାରେ ଲାଗିଛି । ଏପରିକି ଆମେରିକାର ଭାରତର ଐତିହାସିକ ଟିକାକରଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେପଟେ ଏହି ଅବସରରେ ଦିଲ୍ଲୀ ଆରଏମଏଲ ହସ୍ପିଟାଲରେ ବଡ଼ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏବଂ ଐତିହାସିକ ଟିକାକରଣ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ଏତିକି ନୁହେଁ ବରଂ ସମସ୍ତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟରେ ସରକାରଙ୍କୁ ଏହି ଉପଲବ୍ଧି ପାଇଁ ଚାରିପଟୁ ପ୍ରଶଂସା କରାଯାଉଛି । କିନ୍ତୁଏହି ପ୍ରସଙ୍ଗରେ କଂଗ୍ରେସର ମତଭେଦ ରହିଛି । ଏନେଇ କଂଗ୍ରେସ ଏମପି ଶଶିଥରୁର ବଡ଼ ବୟାନ ଦେଇଛନ୍ତି । ତେବେ ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ସରକାରଙ୍କୁ ଶ୍ରେୟ ଦିଆଯିବା ଉଚିତ । ଦ୍ୱିତୀୟ କୋଭିଡ ଲୋହରର ପରିଚାଳନା ଏବଂ ଟିକାକରଣ ବିଫଳ ହେବା ପରେ ସରକାର ବର୍ତ୍ତମାନ ଆଶିଂକ ସଂଶୋଧନ କରିଛନ୍ତି । ଅତୀତର ବିଫଳତା ପାଇଁ ସରକାର ତଥାପି ଉତ୍ତରଦାୟୀ ବୋଲି କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ସରକାରଙ୍କୁ ଶ୍ରେୟ ପ୍ରଦାନ କରିବା ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ ଅପମାନ, ଯେଉଁମାନେ ବ୍ୟାପକ କୋଭିଡ ପରିଚାଳନାରେ ମଧ୍ୟ ପ୍ରାଣ ହରାଇଛନ୍ତି । ଶ୍ରେୟ ମାଗିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସେହି ପରିବାର ଗୁଡ଼ିକ ପାଇଁ କ୍ଷମା ମାଗିବା ଉଚିତ । ଏହାର ଶ୍ରେୟ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମକୁ ଯାଇଥାଏ ବୋଲି ଶଶି ଥରୁର ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ