Masthead

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀନଗର ଗସ୍ତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଶ୍ରୀନଗର ଗସ୍ତ । ଧାରା ୩୭୦ ଉଚ୍ଛେଦ ପରେ ଶାହାଙ୍କର ଏହା ପ୍ରଥମ କାଶ୍ମୀର ଗସ୍ତ । କାଶ୍ମୀରରେ ଆତଙ୍କବାଦୀ ହିଂସା ବଢିବା ପରେ ଅମିତ ଶାହା ଶ୍ରୀନଗର ଗସ୍ତ କରୁଛନ୍ତି । ଶାହଙ୍କ ଗସ୍ତକୁ ନେଇ ଜମ୍ମୁ-କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କେବଳ ଶ୍ରୀନଗରରେ ୨୦-୨୫ ଅତିରିକ୍ତ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ପ୍ରଥମ ଥର ପାଇଁ ଶ୍ରୀନଗର ସହରକୁ ଡ୍ରୋନ୍ ଗ୍ରିଡ୍ରେ ବିଭାଜନ କରାଯାଇଛି ।

ସିଆରପିଏଫ୍ ସାଉଥ୍ ରେଂଜ୍ର ଡିଆଇଜି ଜନ୍ ମାଥ୍ୟୁସ୍ କହିଛନ୍ତି, ଡାଲ୍ ଲେକ୍ ୧୫ କିମି ପରିବ୍ୟାପ୍ତ ଅଟେ ଏବଂ ୭ଟି ସ୍ପିଡ୍ ବୋଟ୍ ଦ୍ବାରା ଏହାକୁ ସୁରକ୍ଷା ଦିଆଯିବ । ଜମ୍ମୁ-କାଶ୍ମୀର ସହର ସାରା ସିସିଟିଭି ଲଗାଇବା ସହ ସାର୍ପସୁଟର ଓ ସ୍ନାଇପର ମୁତୟନ କରିଛନ୍ତି । ସାଧା ପୋଷାକରେ ଶ୍ରୀନଗରରେ ସୁରକ୍ଷାକର୍ମୀ ମୁତୟନ ହେବେ । ଶ୍ରୀନଗରରେ ୧୦ ସିଆରପିଏଫ୍ କମ୍ପାନି ଏବଂ ୧୫ ବିଏସଏଫ୍ ଟିମ୍ ମୁତୟନ ହୋଇଛନ୍ତି । କେନ୍ଦ୍ରୀୟ କାଶ୍ମୀର ଡିଆଇଜି ସୁଜିତ ସିଂହ କହିଛନ୍ତି, ଗୃହମନ୍ତ୍ରୀଙ୍କ ଗସ୍ତ ଅବସରରେ ସମଗ୍ର ଶ୍ରୀନଗର ସହରକୁ ଡ୍ରୋନ୍ ଗ୍ରିଡ୍ରେ ବିଭାଜନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ