Masthead

ଏଣିକି ସଡ଼କ ଦୁର୍ଘଟଣାରେ ସହାୟତାକାରୀଙ୍କୁ ମିଳିବ ଏକ ଲକ୍ଷ ଟଙ୍କା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି । ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅନେକ ଭିନ୍ନ ଭିନ୍ନ ପଦକ୍ଷେପ ମଧ୍ୟ ଗ୍ରହଣ କରିଆସୁଛନ୍ତି । ହେଲେ ଦେଶରେ ସଡ଼କ ଦୁର୍ଘଟଣା ବନ୍ଦ ହେବାର ନାଁ ନେଉନି । ଏହା ମଧ୍ୟରେ ସଡ଼କ ଦୁର୍ଘଟଣାରେ ସହାୟତାକାରୀଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାର ଘୋଷଣା କରିଛନ୍ତି ଯୋଗୀ ସରକାର । ଅଚିହ୍ନା ଲୋକଙ୍କୁ ସହାୟତା କରିଥିବା ଲୋକଙ୍କ ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ସେପଟେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାରଙ୍କ ସ୍ଵୀକୃତି ମିଳିଥିବାର କଥା ରାଜ୍ୟ ପରିବହନ ଆୟୁକ୍ତ ଧୀରଜ ସାହୁ କହିଛନ୍ତି ।

ଅନ୍ୟପଟେ ୨୦୨୧ ଅକ୍ଟୋବର ଠାରୁ ରାଜ୍ୟ ବ୍ୟାପୀ ଏହି ପ୍ରୋତ୍ସାହନ ଯୋଜନା ଲାଗୁ କରାଯାଇଛି । ଅନ୍ୟପଟେ ଏକ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରତି ଏକ ଘଣ୍ଟାରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟୁଛି । ଦୁର୍ଘଟଣାରେ ଆହତଙ୍କୁ ଶୀଘ୍ର ସହାୟତା ଯୋଗାଇ ଦେବା ଲାଗି ଏହି ଯୋଜନା ଉପଯୋଗୀ ହୋଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି । ରାଜ୍ୟ ପରିବହନ ବିଭାଗ ଅନୁସାରେ ପୂର୍ବରୁ ଏଥିପାଇଁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଥିଲା । ସେପଟେ ପ୍ରତିବର୍ଷ ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ୧୦ ଜଣ ଲୋକଙ୍କୁ ସମ୍ମାନୀତ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ସହାୟତାକାରୀଙ୍କୁ ସର୍ବାଧିକ ଲକ୍ଷେ ଟଙ୍କା ଏବଂ ସର୍ବନିମ୍ନ ୫ ହଜାର ଟଙ୍କା ପ୍ରଦାନ କରାଯିବ ଲାଗି ସରକାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ