Masthead

ବଲାଙ୍ଗିର ଜିଲ୍ଲା ବିଜେଡିରେ ଗୋଷ୍ଠୀ କନ୍ଦଳ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେଡି ଦୁଇ ଫାଳ । ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାରଙ୍କ କାର୍ଯ୍ୟକଳାପକୁ ନେଇ ବଢୁଛି ଅସନ୍ତୋଷ । ବ୍ଲକ ଅଧ୍ୟକ୍ଷ ପଦବୀରେ ବସିଥିବା ଅନ୍ୟ ଦଳର ନେତାଙ୍କୁ ଗୁରୁତ୍ଵ ଦେଉଥିବା ବେଳେ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଛନ୍ତି ନିହାର । ଯାହାକୁ ନେଇ ନିହାର ବେହେରାଙ୍କ ନେତୃତ୍ବକୁ ତୀବ୍ର ବିରୋଧ କରିଛି ସ୍ୱାଭିମାନ ମଂଚ ତଥା କଳିକେଶଙ୍କ ସମର୍ଥକ । ଦଳ ବିରୋଧୀ କାର୍ଯ୍ୟ ବିରୋଧରେ ବର୍ଷିଛନ୍ତି କଳିକେଶ ସମର୍ଥକ । ଆଗାମୀ ଦିନରେ ନିହାରଙ୍କୁ ଟିକେଟ ଦିଆଗଲେ ଜୋରଦାର ବିରୋଧ କରାଯିବାକୁ ଚେତାବନୀ ଦେଇଛନ୍ତି କଳିକେଶଙ୍କ ସମର୍ଥକ ।

ଗତ ୨୦୧୯ ନିର୍ବାଚନରେ ନିହାର ବେହେରା ଟିକେଟ ନ ପାଇବାରୁ ଦଳୀୟ ବିଧାୟକ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟ କରିଥିଲେ । ଏପରିକି ଗତ ପଞ୍ଚାୟତ ନିର୍ବାଚନରେ ଦଳୀୟ ନେତାଙ୍କୁ ଅଣଦେଖା କରି ୩ଟି ଯାକ ବ୍ଲକରେ ଅନ୍ୟ ଦଳର ନେତାଙ୍କୁ ଆଣି ବ୍ଲକ ଅଧ୍ୟକ୍ଷ ପଦବୀରେ ବସାଯାଇଛି । ଏଥିପାଇଁ ସମ୍ପୂର୍ଣ୍ଣ ନିହାର ବେହେରା ଦାୟୀ ବୋଲି କହିଛନ୍ତି କଳିକେଶଙ୍କ ସମର୍ଥକ । ଅନ୍ୟପଟେ ନିଜ ନେତା କର୍ମୀଙ୍କୁ ନେଇ ସଂଗଠନ କରିବା ସହ ଲୋଇସିଂହା ବିଧାନସଭାରେ ମୁଣ୍ଡ ପୁରାଇ ଥିବାରୁ ପରାଜିତ ହୋଇଥିଲେ କଳିକେଶ । ଦେଖାଯାଉ ଆଗାମୀ ନିର୍ବାଚନରେ ନିହାରଙ୍କ ଟିକେଟ କାଟିବାରେ କେତେ ସଫଳ ହେଉଛନ୍ତି କଳିକେଶଙ୍କ ସମର୍ଥକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’