Masthead

ନିମ୍ନମାନର କାମ, ଅର୍ଥ ହଡ଼ପ

(ବଡ଼ ଖବର ବ୍ୟୁରୋ):  ଦେଓଗାଁ ବ୍ଲକର ସୀମାନ୍ତ ସଂରକ୍ଷିତ ଜଙ୍ଗଲ ଭିତରେ ରହିଛି ବରଘାଟି ଗାଁ । ତେବେ ସ୍ୱାଧୀନତାର ୭୮ ବର୍ଷ ପରେ ବି ଗାଁକୁ ପକ୍କା ରାସ୍ତା ଟିଏ ଯାଇନି । ଏବେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି । ହେଲେ ଏଠି ଲୋକଙ୍କ ପାଇଁ ରାସ୍ତା ଖଣ୍ଡେ ସାତ ସପନ । କୁବ୍ରିମହୁଲ ଗାଁ ମୁଣ୍ଡରୁ ବରଘାଟି ଦେଇ ପାଟଣାଗଡ଼ ସୀମା ପର୍ୟ୍ୟନ୍ତ ରାସ୍ତାର ଉନ୍ନତୀକରଣ ପାଇଁ ୩ କୋଟି ୪୪ ଲକ୍ଷ ୫୩ ହଜାର ଟଙ୍କା ମଞ୍ଜୁର ହୋଇ ଗତ ଏପ୍ରିଲ ୨୦ ତାରିଖରୁ କାମ ହୋଇଛି।

୧୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଟଙ୍କା ଆସିଥିଲେ ବି ୩ କିଲୋମିଟର ରାସ୍ତାକୁ ମରାମତି କରି ନୁଆ ରାସ୍ତା ନିର୍ମାଣର ଜାଲ ବିଲ ହୋଇଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ। ରାସ୍ତାଟି ପାଟଣାଗଡ଼ ରେଞ୍ଜର କିରିବାଞ୍ଜି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଯାଇଥିବାରୁ ବହୁ ମୂଲ୍ୟବାନ ଗଛ କାଟି ଠିକାଦାର ନେଇଯାଇଥିବା ଅଭିଯୋଗ ହୋଇଛି । ୧୦ଦିନ ତଳେ ସଂରକ୍ଷିତ ଜଙ୍ଗଲ ଭିତରେ କାମ ପାଇଁ ଅନୁମତି ମିଳିଥିବା ବେଳେ ୬ମାସ ପୂର୍ବରୁ କିପରି କାମ ହେଲା ଓ ଗଛଗୁଡ଼ିକ କାଟି ଦିଆଗଲା ତାହ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସେପଟେ ରାସ୍ତା କାମ ଶେଷ ହୋଇ ନଥିବା ବେଳେ ରାସ୍ତା ଭାଙ୍ଗିଯିବାରୁ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ରାସ୍ତା ମରାମତି ନାମରେ ଆସିଥିବା କୋଟି କୋଟି ଟଙ୍କା ବାଟମାରଣା କରିବା ପାଇଁ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଜାଲ ବିଛାଇଥିବା ବାରି ହେଉଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ