Masthead

ନିଟ ପିଜି କାଉନସେଲିଂ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିଟ ପିଜି କାଉନସେଲିଂ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ତେବେ ଓବିସି ଏବଂ ଇଡବ୍ଲ୍ୟୁଏସ ସଂରକ୍ଷଣ ବୈଧତା ନିଶ୍ଚିତ ନ ହେବା ପର୍ଯ୍ୟନ୍ତ ନିଟ ପିଜି କାଉନସେଲିଂ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି । କେବଳ ଏତିକି ନୁହେଁ ବରଂ କେନ୍ଦ୍ରର ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ କାଉନସେଲିଂ ହୋଇ ପାରିବ ନାହିଁ ବୋଲି ସବୋର୍ଚ୍ଚ କୋର୍ଟ କହିଛନ୍ତି । ସେପଟେ ବରିଷ୍ଠ ଆଇନଜୀବୀ ଅରବିନ୍ଦ ବି.ଦାତାର ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ଅକ୍ଟୋବର ୨୫ରେ ହେବାକୁ ଥିବା ନିଟ ପିଜି କାଉନସେଲିଂ ଉପରେ ରୋକ ଲଗାଇବାକୁ ଯୁକ୍ତି ଦର୍ଶାଇଥିଲେ ।

ଅଦାଲତରେ ଏନେଇ ଶୁଣାଣି ଜାରି ରହିଥିବାବେଳେ ରୋକ ପାଇଁ ନିର୍ଦ୍ଦେଶ ଜାରି କରିବାକୁ ସେ ନିର୍ଦ୍ଦେଶ ଜାରି କରିବାକୁ ଅନୁରୋଧ କରିଥିଲେ । ଏହା ସହ ଯେ ପର୍ଯ୍ୟନ୍ତ ଫଇସଲା ନ ହୋଇଛି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ନାହିଁ । ତେଣୁ ବିଚାର ଶେଷ ନହେବା ପର୍ଯ୍ୟନ୍ତ ନିଟ ପିଜି କାଉନସେଲିଂ ବନ୍ଦ ରହୁ ବୋଲି ଖଣ୍ଡପୀଠ ଅତିରିକ୍ତ ସୋଲିସିଟର ଜେନେରାଲ କେ.ଏମ.ନଟରାଜଙ୍କୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ