Masthead

ମ୍ୟାନେଜର ପୂଜାଙ୍କ ଫୋନ ନମ୍ବର ଦେଇଥିଲେ ଆର୍ୟନ: କିରଣ ଗୋସାଭି

(ବଡ଼ ଖବର ବ୍ୟୁରୋ):  ଆର୍ୟନ ଖାନ ଡ୍ରଗ୍ସ କେସ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏନସିବି ଅଫିସ ଭିତରେ ଆର୍ୟନଙ୍କ ସହ ସେଲଫି ନେଇଥିବା ବ୍ୟକ୍ତି କିରଣ ଗୋସାଭିଙ୍କ ନାଁରେ ଗତକାଲି ପ୍ରଭାକର ସେଲ ସାଘାଂତିକ ଅଭିଯୋଗ ଆଣିଥିଲା । ସେ ଆର୍ୟନଙ୍କୁ ଛାଡିବା ପାଇଁ ଏନସିବି ସହ ମିଶି କୁଆଡେ ୧୮ କୋଟି ଟଙ୍କାର ଡିଲ କରିଥିଲେ ।

ତେବେ ଏହାର ଜବାବ ଦେଇଛନ୍ତି ଗୋସାଭି । ସେ କହିଛନ୍ତି ଯେ, ଅକ୍ଟୋବର ୬ ଯାଏ ମୁଁ ମୁମ୍ବାଇରେ ଥିଲି । ୬ ଅକ୍ଟୋବର ପରଠାରୁ ସମୀର ୱାଙ୍ଖଡେଙ୍କ ସହ ମୋର କୌଣସି କଥାବାର୍ତ୍ତା ହୋଇନାହିଁ । ସେ ଆହୁରି କହିଛନ୍ତି ଆର୍ୟନ ଖାନ ମୋତେ ତାଙ୍କ ମ୍ୟନଜେରଙ୍କ ସହ କଥା କରେଇଦେବାକୁ କହିଥିଲେ । ତାଙ୍କ ଫୋନ ନଥିବାରୁ ଆର୍ୟନ ମୋତେ ତାଙ୍କ ଘର ଲୋକଙ୍କ ନୁହେଁ ପୂଜାଙ୍କ ଫୋନ ନମ୍ବର ଦେଇଥିଲେ । କିନ୍ତୁ ପ୍ରଭାକର ସେଲ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ବିଷୟରେ ମୁଁ ଜାଣିନି ।

ସେ ଆହୁରି କହିଛନ୍ତି, ପ୍ରଭାକର ସହ ମୁଁ ୧୧ ଅକ୍ଟୋବର ଯାଏଁ ସମ୍ପର୍କରେ ଥିଲି । ମୋ ବିରୋଧରେ ପୁଣେରେ କେବଳ ଗୋଟିଏ କେସ ରୁଜୁ ହୋଇଥିଲା, କିନ୍ତୁ ହଠାତ ସେହି କେସ ରି-ଓପନ ହୋଇଗଲା । ମୋ ବିରୋଧରେ ନୋଟିସ ଜାରି ହୋଇଗଲା । ଏପରିକି ମୋତେ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦିଆଯାଇଛି । ଯଦି ଜେଲ ନ ଯାଏ ତେବେ ମୋତେ ମାରିଦିଆଯିବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ