Masthead

ମମିତାଙ୍କ ପେନଡ୍ରାଇଭ ତାଙ୍କ ବଡ଼ବାପାଙ୍କ ପାଖରେ !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାକୁ ୧୯ ଦିନ ବିତିଲାଣି । ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ପାଇଁ ପୋଲିସ ପାରୁ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଛି । ପ୍ରମାଣ ନଷ୍ଟ କରିବା ପାଇଁ ଚାଲିଛି ଫନ୍ଦି ଫିକର । ଅଭିଯୁକ୍ତ ବିରୋଧରେ ପ୍ରମାଣ ଯୋଗାଡ଼କୁ ପୋଲିସ ଗୁରୁତ୍ୱ ଦେବା ବଦଳରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଲୁଚେଇବା ପାଇଁ ଲାଗି ପଡ଼ିଛି ପୋଲିସ । କଳାହାଣ୍ଡି ଜିଲା କେ ଗାଁ ଥାନା ମହାଲିଙ୍କରେ ଥିବା ସନସାଇନ ପବ୍ଲିକ କଲେଜର ପ୍ରତିଷ୍ଠାତା ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ଅଛି ନିବିଡ଼ ସମ୍ପର୍କ । ମନ୍ତ୍ରୀ ସେହି ଶିକ୍ଷାନୁଷ୍ଠାନକୁ ବାରମ୍ବାର ଯାଉଥିଲେ ।

ଆନନ୍ଦ ମଧ୍ୟ ପାଉଥିଲେ । ଏକଥାକୁ ମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି । କଲେଜରେ ଲାଗିଥିବା ୫୦ରୁ ଅଧିକ ସିସିଟିଭ ଫୁଟେଜରୁ ମନ୍ତ୍ରୀଙ୍କ ଆତଯାତ ଭିଜୁଆଲ ଗଲା କୁଆଡ଼େ? ଗୋବିନ୍ଦ ସାହୁଙ୍କୁ ମମିତାଙ୍କ ହତ୍ୟା ପୂର୍ବରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଫୁଟେଜ ଡିଲିଟ କରିଦେଇନାହାନ୍ତି ତ ? ଡିଲଟ ହୋଇଥିଲେ ରିକଭୋରୀ ହୋଇପାରିବ । ହାର୍ଡ଼ ଡିକ୍ସ ଜବତ କରି ପୋଲିସ ଏ ଦିଗରେ ତଦନ୍ତ କରୁନାହିଁ । ଏସମ୍ପର୍କରେ ତଦନ୍ତ ହେଲେ ମନ୍ତ୍ରୀଙ୍କ ଅସଲ ଚେହେରା ଧରାପଡ଼ିଯିବ । ଜାଣିଶୁଣି ପୋଲିସ ସିସିଟିଭି ଫୁଟେଜ ପ୍ରସଙ୍ଗକୁ ଅଣଦେଖା କରୁଛି । ଗୋବିନ୍ଦ ସାହୁ ଯୌନ କେଳେଙ୍କାରୀର ସମସ୍ତ ତଥ୍ୟ ମମିତା ପେନ ଡ୍ରାଇଭରେ ରଖିଥିଲେ । ଘରେ ଏଭଳି ସ୍ଥାନରେ ରଖିଥିଲେ ଯାହା ତାଙ୍କ ବ୍ୟତୀତ ଅନ୍ୟ କେହି ପାଇବେ ନାହିଁ । ଏକଥା ମମିତା ମୃତ୍ୟୁ ପୂର୍ବରୁ ତାଙ୍କ ଜଣେ ସାଙ୍ଗକୁ କହିଥିବା ଅଡିଓ ଭାଇରାଲ ହେଉଥିଲା ।

ଏହି ଘଟଣାକୁ ପୋଲିସ ମଧ୍ୟ ଅଣ ଦେଖା କରୁଛି । ମୃତ ମମିତାଙ୍କ ବଡ଼ ବାପା ଦିବ୍ୟଶଙ୍କର ଓ ଗୋବିନ୍ଦଙ୍କ ଭକ୍ତ ହୋଇଥିବାରୁ ସେ ହିଁ ପେନଡ୍ରାଇଭ ରଖି ଦେଇଥାଇପାରନ୍ତି । ପୋଲିସର ସେଭଳି ସାହାସ ନାହିଁ । ମୃତ ମମିତାଙ୍କ ବଡ଼ବାପାଙ୍କ ଠାରୁ ପେନଡ୍ରାଇଭ ହାସଲ କରିବ । ରାଧେ ଘରୁ ମିଳିଥିବା ମୋବାଇଲ କାହାର । ଏ ଦିଗରେ ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି । ପୋଲିସ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଜାଣିଶୁଣି ତଦନ୍ତକୁ ବାଟବଣା କରୁଥିବା ଚର୍ଚ୍ଚା ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ