Masthead

ପୋଲିସ ମୋବାଇଲ ନେଇଥିଲା, ଚୋରି ପାଇଁ ନା ସଚେତନତା ପାଇଁ ?

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମୋବାଇଲ ଚୋରିରେ ମାତିଛନ୍ତିକି ବାଲେଶ୍ୱର ପୋଲିସ..? ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବାଲେଶ୍ୱର ବଡ଼ ମେଡିକାଲକୁ ଆସିଥିବା ରୋଗୀଙ୍କ ସମ୍ପର୍କୀୟ । ସୂଚନାନୁସାରେ ଗତକାଲି ରାତିରେ ମହିଳା ଓ ପ୍ରସୂତି ବିଭାଗରେ ରୋଗୀମାନଙ୍କ ସମ୍ପର୍କୀୟ ମୋବାଇଲ ଚାର୍ଜରେ ବସାଇଥିଲେ । ହେଲେ କିଛି ସମୟପରେ ମୋବାଇଲ ଆଉ ନଥିଲା । ବହୁତ ଖୋଜାଖୋଜି ପରେ ଜାଣିବାକୁ ପାଇଥିଲେ ପୋଲିସ ସାଧା ପୋଷାକରେ ଆସି ୧୦ଟି ମୋବାଇଲ ନେଇଯାଇଛି । ମୋବାଇଲ ଗୁଡିକ ପୋଲିସ ପାଖରେ ଅଛି ଜାଣି ସକାଳେ ରୋଗୀମାନଙ୍କ ସମ୍ପର୍କୀୟ ଫାଣ୍ଡି ସାମ୍ନାରେ ହୋହଲ୍ଲା କରିଥିଲେ । ପରେ ପୋଲିସ ୧୦ଟି ମୋବାଇଲରୁ ୪ଟି ମୋବାଇଲ ଫେରାଇଛି । ବାକି ୬ଟି ମୋବାଇଲ ବିଷୟରେ କିଛି ଜାଣି ନଥିବା କହିଛି । ତେବେ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଫାଣ୍ଡି ଅଧିକାରୀ ବିଜୟ ନାୟକ କହିଛନ୍ତି ଲୋକମାନେ ଏଣେ ତେଣେ ମୋବାଇଲକୁ ପକାଉଥିବାରୁ ସେମାନଙ୍କୁ ଶିକ୍ଷା ଦେବାକୁ ପୋଲିସ ଏପରି କରିଛି । ହେଲେ ଲୋକମାନେ ଆମକୁ ଭୁଲ ଭାବୁଛନ୍ତି ।

ତେବେ ବାଲେଶ୍ୱର ସାଂସଦ ତଥା ମନ୍ତ୍ରୀ ପ୍ରତାପ ସଢଙ୍ଗୀ ଏହି ଘଟଣାକୁ ନିନ୍ଦା କରିବା ସହ ଏହାର ତଦନ୍ତ ପାଇଁ ସିଡିଏମଓଙ୍କୁ ସୁପାରିସ୍ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ