Masthead

ବିଜେପି-ଆରଏସଏସକୁ ଟାର୍ଗେଟ କଲେ ସୋନିଆ

(ବଡ଼ ଖବର ବ୍ୟୁରୋ):  କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ବରିଷ୍ଠ ନେତା ଦଳ ଛାଡୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ କଂଗ୍ରସରେ ଦଳୀୟ କନ୍ଦଳ ଲାଗି ରହିଥିବାରୁ ଏ ନେଇ ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ରାଜ୍ୟ ମୁଖ୍ୟମାନଙ୍କୁ ଶୃଙ୍ଖଳା ଓ ଏକତା ଜ୍ଞାନ ଦେଇଛନ୍ତି । ତେବେ ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଦଳର ଓ ଲୋକଙ୍କ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ କହିଛନ୍ତି ।

ସୂଚନା ଅନୁଯାୟୀ ମଙ୍ଗଳବାର ସୋନିଆ ଦଳର ମହାସଚିବ , ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ରାଜ୍ୟ କଂଗ୍ରେସ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି । ବୈଠକ ଆରମ୍ଭରୁ ସୋନିଆ ସମସ୍ତଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶର ଯୁବକ ଓ ଯୁବତୀମାନେ ସେମାନଙ୍କର ଇଚ୍ଛା ଓ ଦାବି ପୂରଣ କରିବା ପାଇଁ ଆନ୍ଦୋଳନ କରୁଛନ୍ତି । ତେବେ ସେମାନଙ୍କୁ ଗୋଟିଏ ମଞ୍ଚ ଯୋଗାଇ ଦେବା ହେଉଛି ଆମର ଦାୟିତ୍ୱ । ତେବେ ସେ ଆହୁରି କହିଛନ୍ତି ବିଜେପି-ଆରଏସଏସର ବିରୋଧରେ ଆମର ଲଢେଇ ଜୋରଦାର ରହିବ ।

ଆମକୁ ସମୂର୍ଣ୍ଣ ନିଷ୍ଠାର ସହ ଏହା କରିବାକୁ ପଡିବ । ପ୍ରତିଦିନ ଏଆଇସିସି ଦେଶର ହିତ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିବରଣୀ ପ୍ରଦାନ କରୁଛି । କିନ୍ତୁ ଏହା ଆମ ବ୍ଲକ ଓ ଜିଲ୍ଲାସ୍ତରରେ ଥିବା ତୃଣମୂଳ ସ୍ତରର କର୍ମୀଙ୍କ ପାଖରେ ପହଞ୍ଚି ପାରୁ ନ ଥିବା ମନେ ହେଉଛି ବୋଲି ସୋନିଆ କହିଛନ୍ତି । ତେବେ ଏହି ବୈଠକରେ ରାହୁଲ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି