ରାଜପରିବାରକୁ ଛାଡ଼ି ପୁରୁଷ ବନ୍ଧୁଙ୍କୁ ବିବାହ କଲେ ରାଜକୁମାରୀ

ଟୋକିଓ(ବଡ଼ ଖବର ବ୍ୟୁରୋ): ପ୍ରେମ ପାଇଁ ସବୁକିଛି । ଏକଥାଟି ଶୁଣିଲେ ସମସ୍ତଙ୍କୁ ଭଲ ଲାଗେ ହେଲେ ଏପରି କରି ଚର୍ଚ୍ଚାରେ ଅଛନ୍ତି ଜାପାନ ରାଜକୁମାରୀ । ରାଜକୁମାରୀ ମାକୋ ନିଜ ସହପାଠୀ ତଥା ପ୍ରେମିକ କେ କୋମୁରୋଙ୍କୁ ବିବାହ କରିଛନ୍ତି । ସେପଟେ ସବୁଠାରୁ ରୋଚକ କଥାଟି ହେଉଛି ମାତ୍ର ୩-୪ଜଣ ଅତଥିଙ୍କ ଉପସ୍ଥିତିରେ ସେମାନେ ବିବାହ କରିଛନ୍ତି । ସେପଟେ ରାଜପରିବାରର ବିରୋଧ ସତ୍ତେ୍ୱ ମାକୋ ନିଜ ପ୍ରେମିକ କୋମୁରୋଙ୍କୁ ବିବାହ କରିବା ବର୍ତ୍ତମାନ ରାଜକୁମାରୀ ଭାବେ ନିଜ ପରିଚୟ ହରାଇଛନ୍ତି । ରାଜପରିବାରର ନିୟମ ଅନୁସାରେ ସେ ନିଜ ପଦ ପରିତ୍ୟାଗ କରିଛନ୍ତି ।

ଏପରିକି ରାଜ ପରିବାର ନିୟମ ଅନୁସାରେ ନିଜ ଇଚ୍ଛାରେ ପରିବାର ଛାଡ଼ୁଥିବା ମହିଳାଙ୍କୁ ମିଳୁଥିବା ୧.୩ ମିଲିଅନ ଡଲାର ଆର୍ଥିକ ସହାୟତାକୁ ମଧ୍ୟ ରାଜକୁମାରୀ ପ୍ରତ୍ୟାଖ୍ୟାନ କରିଥିବାର ସୂଚନା ମିଳିଛି । ଅନ୍ୟପଟେ ଉଭୟ ଦୀର୍ଘଦିନଧରି ପରସ୍ପରକୁ ଭଲ ପାଉଥିଲେ । ତେବେ କୋମୁରା ଜଣେ ସାଧାରଣ ନାଗରିକ ହୋଇଥିବାରୁ ରାଜ ପରିବାର ଏହାକୁ ବିରୋଧ କରିଆସୁଥିଲେ । ଉଭୟଙ୍କ ବିବାହ କାର୍ଯ୍ୟକ୍ରମରେ ରାଜପରିବାର କୌଣସି ସଦସ୍ୟ ସାମିଲ ହୋଇନଥିଲେ । ଫଳରେ ଜଣେ ରାଜକୁମାରୀଙ୍କ ବିବାହ ରାଜକୀୟ ଭାବେ ନହୋଇ ଅତ୍ୟନ୍ତ ସାଧାରଣ ଭାବେ ଅନୁଷ୍ଠିତ ହୋଇଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’