Masthead

ଲୋନ ଦେବା ନାଁରେ ଠକେଇ

କୋଣାର୍କ (ବଡ଼ ଖବର ବ୍ୟୁରୋ):  ଲୋନ ଦେବା ନାଁରେ ଠକେଇ । ଟଙ୍କା ଆଦାୟ କରିବାକୁ ଯାଇ ମହିଳା ହଟହଟା । ମହିଲାଙ୍କୁ ଘେରିଲେ ଗାଁ ଲୋକେ । କୋଣାର୍କ ଥାନା କୁରୁଜଙ୍ଗ ପଞ୍ଚାୟତର କୁରୁମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁ ର ମହିଳାଙ୍କୁ ଲୋନ କରାଇଦେବା ନାଁରେ ଟଙ୍କା ଆଦାୟ କରି ହଟହଟା ହେଇଛନ୍ତି ଜଣେ ମହିଳା ଓ ତାଙ୍କ ସ୍ୱାମୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ  ରାଇବେରୁଆଁ ଗାଁ ର ସଖିଲତା ବେହେରା କୁରୁଜଙ୍ଗ ପଞ୍ଚାୟତର ଅନେକ ଗାଁ ସହିତ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ଅନେକ ଗାଁ ଲୋକଙ୍କ ଠାରୁ ଲୋନ କରାଇଦେବା ନାଁରେ ଟଙ୍କା ଆଦାୟ କରୁଥିଲେ।

ମହିଳା ଜଣଙ୍କ ଗାଁ ଲୋକଙ୍କଠାରୁ ଟଙ୍କା ନେଇ ଲୋନ କରାଇଦେଇଥିଲେ । ୩ ମାସ ପରେ ମଧ୍ୟ ମହିଳା ଧରାଛୁଆଁ ଦେଇନଥିଲେ । ମଙ୍ଗଳବାର ମହିଳାଙ୍କୁ ଗାଁ ଲୋକେ ଅଟକ ରଖି ଟଙ୍କା ଫେରାଇବା ପାଇଁ ଦାବି କରିଥିଲେ । ଦୀର୍ଷ ସମୟ ଅଟକ ରଖିବା ପରେ ଥାନାରେ ଏତଲା ଦେଇଥିଲେ ।  ଖବର ପାଇ ଘଟଣାସ୍ଥଳରେ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ କୋଣାର୍କ ଥାନା ଏସ.ଆଇ ଇତିପ୍ରିୟା ଦାଶ ଏକ ଟିମ ସହ ପହଞ୍ଚି ମହିଳାଙ୍କୁ ପଚରାଉଚରା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ