Masthead

ଲଭ ,ସେକ୍ସ ଓ ଧୋକା , ଭିଡିଓ ଭାଇରାଲ କରି ବନ୍ଧା ହେଲେ ଯୁବକ

ଜଳେଶ୍ୱର, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ଲଜ୍ଜ୍ୟା । ବଳତ୍କାର ଭିଡିଓ ଭାଇରାଲ କରି ବନ୍ଧା ହେଲେ ଯୁବକ । ଲଭ, ସେକ୍ସ ଓ ବ୍ଲାକମେଲିଂ ଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ । ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବା ଧମକ ଦେବା ଘଟଣାରେ ପୋଲିସ ବିକ୍ରମ ପ୍ରଧାନ ନାମକ ଜଣେ ଯୁବକକୁ ଗିରଫ କରିଛି ।
ସୂଚନା ଅନୁଯାୟୀ ଜଳେଶ୍ୱର ଶିଖରପୁର ପଞ୍ଚାୟତ ଚକହରି ଗାଁର ବିକ୍ରମ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିଲେ । ଏହି ସମୟରେ ଜଳେଶ୍ୱର ଅଞ୍ଚଳର ଜୈନିକା ବିବାହିତା ଅଙ୍ଗନୱାଡ଼ି କର୍ମୀଙ୍କ ସହ ତାଙ୍କ ସାକ୍ଷାତ ହୋଇଥିଲା । ପରେ ମୋବାଇଲ ନମ୍ବର ଦିଆ ନିଆ ରୁ ବଢିଥିଲା ସମ୍ପର୍କ । ବିବାହିତ ବିକ୍ରମ ଅଙ୍ଗନୱାଡ଼ି କର୍ମୀ ଜଣକୁ ନିଜ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖିଥିଲେ । ଖାଲି ସେତିକି ନୁହଁ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଓ ଭିଡିଓ କଏଦ କରି  ରଖିଥିଲେ ମୋବାଇଲ ରେ।

ବେଶ କିଛିଦିନ ଉଭୟଙ୍କ ମଧ୍ୟରେ ସମ୍ପର୍କ ପରେ ବିକ୍ରମ ଦେଖାଇଥିଲା ଅସଲ ରୂପ । ୩୦ଲକ୍ଷ ଟଙ୍କା ନଦେଲେ ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଦେଇଥିଲା ଧମକ । ତେବେ ଅଙ୍ଗନୱାଡ଼ି କର୍ମୀ ଜଣକ ଟଙ୍କା ନଦେବାରୁ ଏହି ଭିଡିଓକୁ ମହିଳାଙ୍କ ସ୍ୱାମୀଙ୍କ ପାଖକୁ ପଠାଇଥଲା । ଟଙ୍କା ନଦେଲେ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରିବା ପାଇଁ ଧମକ ଦେଇଥିଲା । ଶେଷରେ ଅଙ୍ଗନୱାଡ଼ି କର୍ମୀ ଜଣକ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ବିକ୍ରମକୁ କେଶ ନମ୍ବର ୩୪୧ରେ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିଛି ଜଳେଶ୍ୱର ଥାନା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼