Masthead

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

(ବଡ଼ ଖବର ବ୍ୟୁରୋ):   ପେଗାସସ ଗୁଇନ୍ଦାଗିରିକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି । ଏହି ଘଟଣାରେ ସେ କହିଛନ୍ତି ଯେ ଭାରତର ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ପେଗାସସ୍ ଏକ ପ୍ରୟାସ । ବିଶେଷକରି ଦେଶ ଓ ଏହାର ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ କରାଯାଇଛି । ପେଗାସସ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, ଇସ୍ରାଏଲ ସପ୍ଟୱେୟାର ପେଗାସସକୁ ବ୍ୟବହାର କରାଯାଇ ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ।

ତେବେ ଦେଶର ସାମ୍ବିଧାନିକ ସଂସ୍ଥା ମଧ୍ୟ ଏହାର ଶୀକାର ହେଉଛନ୍ତି । ଏ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ପ୍ରଶ୍ନର ଉତ୍ତର ଦେବା ନିହାତି ଆବଶ୍ୟକ । କେଉଁ ସଂସ୍ଥା ପେଗାସସକୁ ଆଣିଥିଲା । ପେଗାସସକୁ କିଏ ସ୍ୱୀକୃତି ଦେଇଥିଲା । ଏବଂ କିଏ ତାକୁ ବ୍ୟବହାର ଲାଗି ଅନୁମତି ଦେଇଥିଲା । ଅନ୍ୟ ଦେଶ କିଭଳି ଆମ ଲୋକଙ୍କ ସମ୍ପର୍କରେ ତଥ୍ୟ ପାଇଲେ । ଏ ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ପେଗାସସକୁ କଣ ମୁଖ୍ୟମନ୍ତ୍ରୀ ପୂର୍ବତନ  ପ୍ରଧାନମନ୍ତ୍ରୀ , ବିଜେପି ମନ୍ତ୍ରୀଙ୍କ ଉପରେ ବ୍ୟବହାର କରାଯାଇଥିଲା କି? କେନ୍ଦ୍ର ସରକାରଙ୍କ ଉପରେ ଏପରି ପ୍ରଶ୍ନ ଉଠାଇଛନ୍ତି ରାହୁଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା