Masthead

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ

(ବଡ଼ ଖବର ବ୍ୟୁରୋ):   ପେଗାସସ ଗୁଇନ୍ଦାଗିରିକୁ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ରାହୁଲ ଗାନ୍ଧି ଟାର୍ଗେଟ କରିଛନ୍ତି । ଏହି ଘଟଣାରେ ସେ କହିଛନ୍ତି ଯେ ଭାରତର ଗଣତନ୍ତ୍ରକୁ ଧ୍ୱଂସ କରିବାକୁ ପେଗାସସ୍ ଏକ ପ୍ରୟାସ । ବିଶେଷକରି ଦେଶ ଓ ଏହାର ସାମ୍ବିଧାନିକ ସଂସ୍ଥା ଉପରେ ଆକ୍ରମଣ କରାଯାଇଛି । ପେଗାସସ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି ଯେ, ଇସ୍ରାଏଲ ସପ୍ଟୱେୟାର ପେଗାସସକୁ ବ୍ୟବହାର କରାଯାଇ ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି ।

ତେବେ ଦେଶର ସାମ୍ବିଧାନିକ ସଂସ୍ଥା ମଧ୍ୟ ଏହାର ଶୀକାର ହେଉଛନ୍ତି । ଏ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହି ପ୍ରଶ୍ନର ଉତ୍ତର ଦେବା ନିହାତି ଆବଶ୍ୟକ । କେଉଁ ସଂସ୍ଥା ପେଗାସସକୁ ଆଣିଥିଲା । ପେଗାସସକୁ କିଏ ସ୍ୱୀକୃତି ଦେଇଥିଲା । ଏବଂ କିଏ ତାକୁ ବ୍ୟବହାର ଲାଗି ଅନୁମତି ଦେଇଥିଲା । ଅନ୍ୟ ଦେଶ କିଭଳି ଆମ ଲୋକଙ୍କ ସମ୍ପର୍କରେ ତଥ୍ୟ ପାଇଲେ । ଏ ନେଇ ବିଜେପି ଉପରେ ବର୍ଷିଛନ୍ତି ରାହୁଲ । ପେଗାସସକୁ କଣ ମୁଖ୍ୟମନ୍ତ୍ରୀ ପୂର୍ବତନ  ପ୍ରଧାନମନ୍ତ୍ରୀ , ବିଜେପି ମନ୍ତ୍ରୀଙ୍କ ଉପରେ ବ୍ୟବହାର କରାଯାଇଥିଲା କି? କେନ୍ଦ୍ର ସରକାରଙ୍କ ଉପରେ ଏପରି ପ୍ରଶ୍ନ ଉଠାଇଛନ୍ତି ରାହୁଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ