Masthead

ଡକାୟତକୁ ଧରି ନିର୍ଦ୍ଦୁମ ଛେଚିଲେ

ବାଲିଗୁଡା, (ବଡ଼ ଖବର ବ୍ୟୁରୋ): ବାଲିଗୁଡା ସହରରେ ଦିନକୁ ଦିନ ଚୋରା ମଦକାରବାର, ସହ ଡକାୟତି ବଢିବାରେ ଲାଗିଛି । ପୋଲିସ ଡକାୟତଙ୍କ ଟେର ପାଉନାହିଁ । ବଢୁଛି ଅସନ୍ତୋଷ । ଏଣେ ଜଣେ ଡକାୟତର ଛୁରାମାଡରେ ମହିଳା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଉ ଡକାୟତକୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି ଲୋକେ । ଗତକାଲି ଜଣେ ମହିଳଙ୍କ ଘରେ ପଶି ସୁନା ଗହଣା ଲୁଟ ଉଦ୍ୟମ ବେଳେ ଲୋକଙ୍କ ହାବୁଡରେ ପଡି ଲହୁଲୁହାଣ ହୋଇଛି ଡକାୟତ ଜଣକ । ସୂଚନା ଅନୁଯାୟୀ ରାତି ୮.୩୦ରେ ଘରେ ପଶି ସିନେମା ଷ୍ଟାଇଲରେ ଛୁଆ ବେକରେ ଛୁରୀ ଲାଗାଇ ସ୍ୱାମୀ -ସ୍ତ୍ରୀଙ୍କୁ ସୁନାରୁପା ମାଗିଥିଲେ । ଏହି ସମୟରେ ପାଟି ଶୁଣି ପଡିଶା ଘରେ ରହୁଥିବା ବିଜୟଲକ୍ଷ୍ମୀ ପଣ୍ଡା ନାମକ ଜଣେ ବ୍ଲକ କର୍ମଚାରୀ ଆସି ଦୁର୍ବୁତ୍ତଙ୍କ କବଳରୁ ଛୁଆଟିକୁ ଛଡାଇବାକୁ ଉଦ୍ୟମ କରିବା ବେଳେ ତାଙ୍କୁ ମଧ୍ୟ ଛୁରା ମାଡ କରିଛି ଦୁର୍ବୁତ୍ତ ଜଣକ । ବିଜୟଲକ୍ଷ୍ମୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଦୁର୍ବତ୍ତକୁ କାବୁ କରିବା ସହ ରଶିରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ଖବର ପାଇ ବାଲିଗିଡା ପୋଲିସ ପହଁଚି ଦୁର୍ବୁତତ୍ତଙ୍କୁ ଗିରଫ କରି ବିଜୟଲକ୍ଷ୍ମୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ଦୁର୍ବୁତ୍ତଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଭାରତ ଉପରେ ଶୁଳ୍କ ବୃଦ୍ଧି ନେଇ ପୁଣି ଧମକାଇଲେ ଟ୍ରମ୍ପ 🔴 ନାଇଟ୍‌ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର