ନ୍ୟାୟ ପାଇଁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ୱାଙ୍ଖଡେଙ୍କ ପତ୍ନୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । କେବେବେଳେ ଏହାକୁ ରାଜନୈତିକ ମୁଦ୍ଦା କରାଯାଉଥିବାବେଳେ ଆଉ କେତେବେଳେ ଏନସିବି ଅଫିସରଙ୍କୁ ଟାର୍ଗେଟ କରାଯାଉଛି । ଏହା ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ଏନସିବି ଅଫିସର ସମୀର ୱାଙ୍ଗଡେଙ୍କ ପତ୍ନୀ କ୍ରାନ୍ତି ରେଡକର । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନ୍ୟାୟ ପାଇଁ ତାଙ୍କ ପତ୍ନୀ ନିବେଦନ କରିଛନ୍ତି । ଜଣେ ମହିଳାଙ୍କ ସମ୍ମାନ ସହିତ ରାଜ୍ୟରେ ଖେଲାଖୋଲି ଖେଳାଯାଉଛି ।

ମହିଳାଙ୍କ ମଜାକ ଉଡ଼ାଯାଉଛି । ଆଜି ବାଲାସାହେବ ଠାକରେ ଥିଲେ ନିଶ୍ଚିତ ଭାବରେ ଏପରି ଘଟି ନଥାନ୍ତା । ମରାଠୀ ବ୍ୟକ୍ତିଙ୍କ ନ୍ୟାୟ ପାଇଁ ଲଢିବା ପିଲାଦିନୁ ମୁଁ ଶିବସେନା ଠାରେ ଦେଖିଛି । ଅନ୍ୟାୟ ବିରୋଧରେ କିଭଳି ଲଢିବାକୁ ହୁଏ ମୁଁ ଛତ୍ରପତି ଶିବାଜୀ ଏବଂ ବାଲାସାହେବ ଠାକରେଙ୍କ ଠାରୁ ଶିଖିଛି । ମହିଳା ଏବଂ ତାଙ୍କ ପରିବାର ଉପରେ ବ୍ୟକ୍ତିଗତ ଆକ୍ରମଣ ଏତେ ନିମ୍ନ ସ୍ତରର ରାଜନୀତି । ଆଜି ବାଲାସାହେବ ନାହାଁନ୍ତି ।

କିନ୍ତୁ ତାଙ୍କ ଛାୟାକୁ ଆମେ ଆପଣଙ୍କ ପାଖରେ ଦେଖିଥାଉ । ଆପଣ ରାଜ୍ୟକୁ ଆଗେଇ ନେଉଛନ୍ତି । ଏବଂ ମୋର ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ମୋର ଏବଂ ମୋ ପରିବାର ପ୍ରତି ଅନ୍ୟାୟ ଘଟିବାକୁ ଦେବେ ନାହିଁ । କିନ୍ତୁ ମୁଁ ଆଜି ଏକୁଟିଆ ନ୍ୟାୟ ପାଇଁ ଲଢୁଛି ବୋଲି ସମୀର ୱାଙ୍ଗଡେଙ୍କ ପତ୍ନୀ କ୍ରାନ୍ତି ରେଡକର ଚିଠିରେ ଉଲ୍ଲେଖ କରିଛନ୍ତି । କେବଳ ଏତିକି ନୁହେଁ ବରଂ ସୋସିଆଲ ମିଡିଆରେ ବର୍ତ୍ତମାନ ମୋ ଇଜ୍ଜତ ସହ ଖେଳାଯାଉଛି । ସେପଟେ ଲୋକମାନେ ଏହାର ବେଶ ମଜା ନେଉଛନ୍ତି । ହେଲେ ମୁଁ ରାଜନୀତି ବୁଝେ ନାହିଁ । କିନ୍ତୁ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହେଉଛି ବୋଲି କ୍ରାନ୍ତି ରେଡକର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’