Masthead

ସାରା ରାଜ୍ୟକୁ ବ୍ୟାପିଲାଣି ମମିତା ନିଆଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟକୁ ବ୍ୟାପିଲାଣି ମମିତା ନିଆଁ । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି କ୍ୟାପଟେନ ହଟାଅ ଦାବି । ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟନ ଦିବ୍ୟଶଙ୍କରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । କଟକରୁ କଳାହାଣ୍ଡି, ଭୁବନେଶ୍ୱରରୁ ବଲାଙ୍ଗୀର ସବୁଠି ଆକ୍ରୋଶର ନିଆଁ । ଆଜି ମଧ୍ୟ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇ ଥିଲା ବିଜେପି । ଭୁବନେଶ୍ୱର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ ଦାବିରେ ଡିସିପି ଅଫିସ ଘେରାଓ କରାଯାଇଥିଲା । ସହ ସହ ସଂଖ୍ୟାରେ ଯୁବ ମୋର୍ଚାର କର୍ମକର୍ତା ଡିସିପି ଅଫିସକୁ ଧସେଇ ପଶିବା ପାଇଁ ଉଦ୍ୟମ କରିଥିଲେ । ଢେର ସମୟ ଧରି ପୋଲିସ ସହ ଧସ୍ତାଧସି ମଧ୍ୟ ହୋଇଥିଲା। ମମିତା ହତ୍ୟାକାଣ୍ଡ ଘଟଣାରେ ସାମ୍ନା ଆସିଥିବା ଯୌନ କେଲେଙ୍କାରୀରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ ଆସିବ ପରେ ବିରୋଧୀ ସରକାରଙ୍କୁ ଆଟାକ କରିଛନ୍ତି ।

ମନ୍ତ୍ରୀଙ୍କୁ ବରଖାସ୍ତ ଓ ଘଟଣାର ନିରପେକ୍ଷ ନ୍ୟାୟ ଦାବିରେ ପ୍ରତିଦିନ ରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ । କେତେବେଳେ ନବୀନ ନିବାସ ଘେରୁଛନ୍ତି ତ କେତେବେଳେ ଅଣ୍ଡାମାଡ଼ କରୁଛନ୍ତି , ପୁଣି କେତେବେଳେ ଡିଜି ଓ ଡିସିପି ଅଫିସ ଘେରୁଛନ୍ତି । ଏତେ ପରେବି ସରକାର କିନ୍ତୁ ଚୁପ । କାର୍ୟ୍ୟାନୁଷ୍ଠାନ ବଦଳରେ ଓଲଟା ଓକିଲାତି କରୁଛନ୍ତି ଶାସକ ଦଳର ନେତା । ବିରୋଧୀ କିନ୍ତୁ ନଛୋଡ ବନ୍ଧା । ଗୋଟିଏ ଜିଦ କ୍ୟାପ୍ଟନ ତୁମେ ଇସ୍ତଫା ଦିଅ । ମମତା ପ୍ରସଙ୍ଗରେ କେବେ ଭାଙ୍ଗିବ ସରକାରଙ୍କ ନିଦ। ପୂର୍ବରୁ ଅନେକ ଘଟଣାରେ ବିବାଦକୁ ଆସିଥିବା ନେତାଙ୍କୁ ବିଦା କରିଛନ୍ତି ନବୀନ । କିନ୍ତୁ କ୍ୟାପ୍ଟନଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ତାକୁ ନେଇ ବିରୋଧୀ ମଧ୍ୟ ପ୍ରଶ୍ନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି