Masthead

ବାଲାଟରେ ମତଦାନ, ୩ ଦିନ ହେବ ଭୋଟ ଗଣନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତାବର୍ଷ ଫେବୃୟାରୀରେ ହେବ ପଂଚାୟତ ନିର୍ବାଚନ । ଏହି ନର୍ବାଚନରେ ଇଭିଏମ୍ ମେସିନ୍ ବଦଳରେ ବାଲାଟ ପେପରରେ ବ୍ୟବହାର ହେବ । ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଏଥିପାଇଁ ଆସନ୍ତା ୬ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଛି।

ପ୍ରଥମ ଥର ପାଇଁ ବ୍ଲକ ସ୍ତରରେ ଭୋଟ ଗଣତି ହେବାକୁ ଥିବାରୁ ନଭେମ୍ବର ୧୫ ତାରିଖ ସୁଦ୍ଧା ଭୋଟ ଗଣତି କେନ୍ଦ୍ରଗୁଡ଼ିକର ତାଲିକା ପଠାଇବାକୁ ଜିଲ୍ଲାପାଳଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଜାରି କରିଛନ୍ତି ।ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଂଚାୟତ ନିର୍ବାଚନ ପରିଚାଳନା ଓ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ଏଥିରେ ପଂଚାୟତ ନିର୍ବାଚନ ପାଇଁ ଭୋଟଗଣତି କେନ୍ଦ୍ରଠୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ(ବାଲାଟ ବାକ୍ସ ରହିବା ସ୍ଥାନ), ଭୋଟ ଗଣତି ସ୍ଥାନ, ସମୟ , ଗଣନା ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତି, ଗଣନା ପାଇଁ କର୍ମଚାରୀଙ୍କୁ ନିଯୁକ୍ତି, କର୍ମଚାରୀଙ୍କୁ ପ୍ରଶିକ୍ଷଣ, ପ୍ରାର୍ଥୀଙ୍କ ଏଜେଣ୍ଟ ନିଯୁକ୍ତି, ଗଣତି ଆରମ୍ଭ, ଗଣନା ସମୟରେ ସୁରକ୍ଷା ବ୍ୟବସ୍ଥା, ଗଣନା କେନ୍ଦ୍ରକୁ ଅନୁମତି, ବାଲାଟ ବାକ୍ସ ପରିବହନ, ଭୋଟ ଗଣତି, ଗଣତି ଟେବୁଲ,ପୁନଃଗଣତି, ବାଲାଟ ପେପରକୁ ସିଲ୍ ଆଦି ପ୍ରସଙ୍ଗରେ ଗାଇଡଲାଇନ୍ ଜାରି କରାଯାଇଛି ।

ଗାଇଡ଼ଲାଇନ୍ ଅନୁସାରେ ଆଗାମୀ ପଂଚାୟତ ନିର୍ବାଚନରେ ବାଲାଟ ପେପରରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ପ୍ରଥମଥର ପାଇଁ ବ୍ଲକରେ ଭୋଟଗଣତି ହେଉଥିବାରୁ ସୁରକ୍ଷା ଓ ଭୋଟଗଣତି କେନ୍ଦ୍ର ଚୟନ କାର୍ୟ୍ୟକୁ କଡ଼ାକଡ଼ି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର