Before Header

ସିଦ୍ଧୁଙ୍କୁ ବୁଝାଇବେ ଚନ୍ନୀ

0 29

ଚଣ୍ଡିଗଡ଼(ବଡ଼ ଖବର ବ୍ୟୁରୋ): ସିଦ୍ଧୁଙ୍କ ଇସ୍ତଫା କଥା ସାମ୍ନାକୁ ଆସିବା ପରେ ପଞ୍ଜାବ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି । କେବଳ ସିଦ୍ଧୁ ନୁହେଁ ବରଂ ସିଦ୍ଧୁଙ୍କ ସହ ଅନେକ ମନ୍ତ୍ରୀ ଓ ଏକାଧିକ ନେତା ଓ ପଦାଧିକାରୀ ମଧ୍ୟ ନିଜ ପଦର ଇସ୍ତଫା ଦେଇଥିବାର ସୂଚନା ମିଳିଛି । ଏହା ମଧ୍ୟରେ ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀ ସିଦ୍ଧୁଙ୍କ ସହ କଥା ହେବା ସହ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏଥି ସହ ସେ ଯେଉଁ ସବୁ ପ୍ରସଙ୍ଗ ଉଠାଇଛନ୍ତି ତା’ର ସମାଧାନ କରିବାକୁ ଚନ୍ନୀ ରାଜି ଥିବା ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଅନ୍ୟପଟେ କୌଣସି ଜିନିଷ କେହି ଜାଣିଶୁଣି କରିନାହାଁନ୍ତି । ଯଦି କୌଣସି ନିଯୁକ୍ତିକୁ ନେଇ କାହାର ଆପତ୍ତି ରହିଛି, ତା’ହାଲେ ଏହାକୁ ବଦଳାଇବାକୁ ମୁଁ ରାଜି ଅଛି । ମୋର କୌଣସି ପ୍ରକାରର ଅହଂକାର ନାହିଁ । ମୁଁ ତାଙ୍କୁ କହିଛି ଦଳ ସବୁଠାରୁ ବଡ଼ । ସବୁ ପ୍ରସଙ୍ଗକୁ କଥାବାର୍ତ୍ତା ଦ୍ୱାରା ସମାଧାନ କରିହେବ । ମୁଁ ତାଙ୍କୁ କହିଛି ଦଳ ଆଲୋଚନା କରିବାକୁ ରାଜି । ଦୟା କରି ଆସନ୍ତୁ ଓ ଆମେ ଏହାକୁ ସମାଧାନ କରିବା ବୋଲି କ୍ୟାବିନେଟ ବୈଠକ ପରେ ଚନ୍ନୀ କହିଛନ୍ତି ।

ସେପଟେ ଗାନ୍ଧି ପରିବାର ସିଦ୍ଧୁଙ୍କୁ ବୁଝାଇବାକୁ ଅରାଜି ଥିବାବେଳେ ଏପଟେ ନବନିଯୁକ୍ତ ଚରଣଜିତ ସିଂହ ଚନ୍ନୀ ସିଦ୍ଧୁଙ୍କୁ ବୁଝାଇଛନ୍ତି । ଏବଂ ଦଳରେ ପଦକୁ ନେଇ କାହାକୁ କନ୍ଦଳ କରିବାକୁ ମନା କରିଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଜାତୀୟ କଂଗ୍ରେସରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏଇଠି ପ୍ରଶ୍ନ ଉଠୁଛି ସିଦ୍ଧୁଙ୍କ ନେଇ ପଞ୍ଜାବରେ ରାଜନୀତି କରିବା ପାଇଁ ଚନ୍ନୀ ଇଚ୍ଛା ପ୍ରକାଶ କରୁଥିବାବେଳେ ସୋନିଆ କାହିଁକି ଚୁପ ଅଛନ୍ତି ? ନା ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଲାଇମଲାଇଟରେ ରହିବା ପାଇଁ ଏହା ଏକ ପ୍ରୟାସ ! ଏପରି ଅନେକ କଥା ସାମ୍ନାକୁ ଆସୁଛି । ତେବେ କେବେ ପଞ୍ଜାବ ରାଜନୀତିରେ ଦଳୀୟ କନ୍ଦଳ ସମାପ୍ତ ଘଟୁଛି ତାହା ବର୍ତ୍ତମାନ ଦେଖିବାର ବିଷୟ ।

Leave A Reply

Your email address will not be published.