Masthead

ଶୁଦ୍ଧିକ୍ରିୟାର ୫ ବର୍ଷ ପରେ ଘରକୁ ଫେରିଲେ ମହିଳା

କୋଣାର୍କ (ବଡ଼ ଖବର ବ୍ୟୁରୋ): ଦୀର୍ଘ ବର୍ଷ ମହିଳାଙ୍କ ଅନୁପସ୍ଥିତ ଯୋଗୁଁ ଘରେ ଲୋକମାନେ ମହିଳାଙ୍କୁ ମୃତ ଭାବି ସାରିଦେଇଥିଲେ ଶୁଦ୍ଧିକ୍ରିୟା। କିନ୍ତୁ ଘରେ ଆଶ୍ଚର୍ଯ୍ୟ ହେଲେ ଲୋକେ । ଏମିତି ଏକ ଆଶ୍ଚର୍ଯ୍ୟ ଚକିତ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକରେ। ପୁରୀ ଜିଲ୍ଲା ଗୋପ ବ୍ଲକର ଗୋପ ବସ୍ତିରେ ଆଜକୁ ଦୀର୍ଘ ୫ ବର୍ଷ ପୂର୍ବେ ଜଣେ ଅଚିହ୍ନା ମହିଳା ହଠାତ କେଉଁଆଡ଼ୁ ଆସି ପହଁଚି ଯାଇଥିଲେ। ଓଡ଼ିଆ ଭାଷା କହି ପାରୁନଥିବା ମହିଳା ଜଣଙ୍କ ହିନ୍ଦୀ ଓ ଭୋଜପୁରୀ ଭାଷାରେ କଥାବାର୍ତ୍ତା କରୁଥିଲେ। ପରେ ଜଣାପଡିଲା ମହିଳା ଜଣଙ୍କ ମାନସିକବିକାର ଗ୍ରସ୍ତ।ମହିଳା ଜଣଙ୍କ ଗୋପ ବଜାରର ବିଭିନ୍ନ ସ୍ଥାନରେ ଦିନ ରାତି ଏଣେତେଣେ ବୁଲାବୁଲି କରୁଥିବା ଦେଖି ଗୋପ ଷ୍ଟେଟ ବ୍ୟାଙ୍କ ପାଖରେ ଥିବା କିଛି ଲୋକେ ସେହି ମହିଳାଙ୍କୁ ଆଣି ଆଶ୍ରୟ ଦେଇଥିଲେ।

ପରେ ଜଣାପଡିଲା ମହିଳାଙ୍କ ନାଁ ରସିଦା ଖାତୁନ।ବୟସ ପାଖାପାଖି ୬୨ ବର୍ଷ।ମହିଳା ଜଣଙ୍କ ଦୀର୍ଘ ୫ ବର୍ଷ ଧରି ଏହି ଅଞ୍ଚଳରେ ବସବାସ କରୁଥିଲା ବେଳେ ଅନେକ ପଚରା ଉଚରା ସତ୍ୱେ ମହିଳା ମାନସିକ ଭାରସାମ୍ୟ ହରାଇଥିବାରୁ ନିଜର ପରିଚୟ ସଠିକ ଭାବରେ ଦେଇ ପାରୁନଥିଲେ। କିନ୍ତୁ ଭଗବାନଙ୍କ ଇଚ୍ଛା କିଛି ଅଲଗା ଥିଲା ଦୀର୍ଘ ୫ ବର୍ଷ ନିଜ ଘର ଠାରୁ ଅଲଗା ହୋଇ ରହିଥିବା ରସିଦାଙ୍କ ମାନସିକ ସ୍ଥିତିରେ ପରିବର୍ତ୍ତନ ଆସିଲା । ଫଳରେ ସେ ନିଜ ଘରର ଠିକଣା ବସ୍ତିର କିଛି ଲୋକଙ୍କୁ ଜଣାଇଥିଲେ। ମହିଳାଙ୍କ ଠାରୁ ନିଜ ଘର ଠିକଣା ବିହାର ରାଜ୍ୟର ଲାଭା ନାମକ ଏକ ଗାଁରେ ଶୁଣି ବସ୍ତିର ଲୋକମାନେ ସ୍ଥାନୀୟ ଗୋପ ଥାନା ଜରିଆରେ ବିହାର ସେଠାକାର ଥାନା ସହ ଯୋଗାଯୋଗ କରି ମହିଳା ନିଜ ଠିକଣା ସଠିକ ବତାଇଥିବା ଜାଣିବାକୁ ପାଇଥିଲେ।

ତେଣୁ ମହିଳାଙ୍କୁ ନିଜ ଘରକୁ ସୁରକ୍ଷିତ ନେଇ ଛାଡିବାର ନିଷ୍ପତ୍ତି ନେଇ ଗୋପ ଅଞ୍ଚଳର ଶେଖ ଗୋଲମ ବକ୍ସ ଓ ମୁସଲିମ ଖାନ ରସିଦାଙ୍କୁ ନିଜ ଘରକୁ ନେଇ ଯାଇଥିଲେ ତାଙ୍କ ପରିବାର ଲୋକଙ୍କ ପାଖେ ଛାଡିବାକୁ। ତେବେ ଜଣାପଡ଼ିଛି ଯେ ରସିଦା ଦୀର୍ଘ ୫ ବର୍ଷ ଧରି ଘରକୁ ନଫେରିବାରୁ ରସିଦାଙ୍କ ଘର ଲୋକେ ସେ ମୃତ୍ୟୁ ବରଣ କରିଥିବା ଭାବି ତାଙ୍କର ଶୁଦ୍ଧିକ୍ରିୟା ଶେଷ କରିଦେଇଛନ୍ତି।ମାତ୍ର ହଠାତ ପରିବାର ଲୋକେ ରସିଦାଙ୍କୁ ପାଖରେ ପାଇ ବେଶ ଉତ୍ସାହିତ ହୋଇ ପଡ଼ିଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ