Masthead

ରିଲିଜ ହେଲା ‘ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ’ ଫିଲ୍ମର ପ୍ରଥମ ପୋଷ୍ଟର

ଯାଜପୁର(ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଚାଟଶାଳୀ ଶିକ୍ଷକ ନନ୍ଦ ପୃଷ୍ଟିଙ୍କ ଉପରେ ନିର୍ମାଣ କରାଯାଇଥିବା ଫିଲ୍ମର ପ୍ରଥମ ପୋଷ୍ଟର ଆଜି ଏକ ପ୍ରେସମିଟ ମାଧ୍ୟମରେ ଉନ୍ମୋଚିତ ହୋଇଛି। ୧୦୪ ବର୍ଷରେ ବି ନନ୍ଦ ସାର୍ ୮୨ ବର୍ଷ ଧରି ବିନା ପାରିଶ୍ରମିକରେ ଚାଟ ସାଳି ମାଧ୍ୟରେ ଅନେକ ଦେଶର ଭବିଷ୍ୟତ ଗଢି ତୋଳିଛନ୍ତି । ତାଙ୍କର ଏହି ଜୀବନ କାହାଣୀକୁ ନେଇ ନିର୍ମାଣ ହୋଇଛି ଏକ ଫିଲ୍ମ । ଗଣମାଧ୍ୟମରେ ନନ୍ଦ ସାର ଚାଟଶାଳୀ ମାଧ୍ୟମରେ ଦୀର୍ଘ ୮୨ ବର୍ଷ ଧରି ମାଗଣାରେ ଶିକ୍ଷାଦାନ କରୁଥିବା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ପାଇଁ ସୁପାରିଶ କରିଥିଲେ ।

ଏହା ଉପରେ ବିଚାର କରି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଥିଲେ। ସେପଟେ ଆସନ୍ତା ନଭେମ୍ବର ୦୯ ତାରିଖରେ ଦିଲ୍ଲୀ ଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ତେବେ ନନ୍ଦ ସାରଙ୍କ ଜୀବନିକୁ ନେଇ ଅଭିସ୍ମିତା ଫିଲ୍ମ ପ୍ରାୟୋଜିତ, ଦେବପ୍ରଭା ପଡକ୍ସନ ଏବଂ ଷ୍ଟୁଡ଼ିଓୱାଲା ପ୍ରଡକ୍ସନ ନିବେଦିତରେ “”ନନ୍ଦ ମାଷ୍ଟ୍ରଙ୍କ ଚାଟଶାଳୀ”” ନାମରେ ଏକ ଫିଲ୍ମ ନିର୍ମାଣ କରାଯାଇଛି। ଓଟିଟି ଫର୍ମାଟରେ କରାଯାଇଥିବା ଏହି ଫିଲ୍ମ, ଯାହାର ନିର୍ଦେଶନା ଦାୟିତ୍ୱରେ ଅନ୍ତର୍ଜାତୀୟ ନିର୍ଦେଶକ ପ୍ରଣବ ଆଇଚ, ପ୍ରଡୁସର ଭାବେ ବରିଷ୍ଠ ସାମ୍ବାଦିକ ଅଭୟ ପତି ଏବଂ ଅଭିନେତ୍ରୀ ନୈନା ଦାଶ ରହିଛନ୍ତି। ଏହାର କାହାଣୀ ଅସ୍ମିତା ପତି ଲେଖିଥିବା ବେଳେ ଯାଜପୁର ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ