Masthead

ଭାରତ ସହିତ ସୀମା ବିବାଦ ମଧ୍ୟରେ ନୂତନ ଆଇନ ପାରିତ କରିଛି ଚୀନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ଧରି ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଛି । କେତେବେଳେ ଭାରତ ସୀମାରେ ସୈନ୍ୟ ମୁତୟନ କରୁଛି ତ ଆଉ କେତେବେଳେ ଚୀନ ନିଜର ସୈନ୍ୟ ପ୍ରତାହାର କରୁଛି । ଏପରି ଦୀର୍ଘଦିନ ଧରି ଦୁଇ ଦେଶ ମଧ୍ୟରେ ହୋଇଆସୁଛି । ହେଲେ ଏହାର କୌଣସି ନିଷ୍ପର୍ଷ ବାହାରି ପାରୁ ନାହିଁ । ଏପରିକି ଏହାର ସମାଧାନ ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ବାରମ୍ବାର ଚୀନ ଗସ୍ତରେ ମଧ୍ୟ ଯାଉଛନ୍ତି । ହେଲେ ଏହାର କୌଣସି ଫଳପ୍ରଦ ହୋଇପାରୁ ନାହିଁ । ଏହା ମଧ୍ୟରେ ଚୀନ ଭାରତ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନ ଏକ ନୂଆ ପଦକ୍ଷେପ ନେଇଛି । ତେବେ ଚୀନ ନେସନାଲ ପିପୁଲ୍ସ କଂଗ୍ରେସର ସ୍ଥାୟୀ ସଦସ୍ୟ ତରଫରୁ ଏକ ନୂଆ ଭୂମି ସୀମା ଆଇନ ପାରିତ ହୋଇଛି ।

ଏହି ନିୟମ ଅନୁସାରେ ଚୀନ ସୀମା ଅଞ୍ଚଳରେ ଏହାର ହସ୍ତକ୍ଷେପ ବୃଦ୍ଧି କରିବାକୁ ଯାଉଛି । କେବଳ ଏତିକି ନୁହେଁ ବରଂ ସମ୍ପୃକ୍ତ ଅଞ୍ଚଳରେ ଚୀନ ସାଧାରଣ ନାଗରିକମାନଙ୍କୁ ଥଇଥାନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏପରି କରିବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଭାରତକୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଚୀନର ଏପରି ଷଡଯନ୍ତ୍ର ଭାରତ ପାଇଁ କିଛି ନୂଆ ନୁହଁ । କାରଣ ଏହା ପୂର୍ବରୁ ଚୀନ ଏପରି ଅନେକ ଏପରି ପଦକ୍ଷେପ ଗ୍ରହଣ କରିଆସୁଛି ।

କେବଳ ଏତିକି ନୁହେଁ ସୀମା ନିୟମକୁ ଉଲ୍ଲଂଘନ କରିବା ପାଇଁ ମଧ୍ୟ ଚୀନ ପଛଘୁଞ୍ଚା ଦିଏ ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ଗଲବାନ ଘାଟିରେ ଘଟିଥିବା ଯୁଦ୍ଧ । ସେପଟେ ଭାରତ ଏହାର ଜବାବ ଦେବା ପାଇଁ କଣ ସବୁ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାର ବିଷୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା