କାର୍ ଧକ୍କାରେ ଶିଶୁ ମୃତ୍ୟୁ

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ରାୟଗଡା ସହର ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଏକ କାର୍ ଧକ୍କାରେ ଜଣେ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ସୁଧାଂଶୁ ସାମଲ। ନିଜ ଭଉଣୀ ସହ ରାସ୍ତା ପିର ହେବା ସମୟରେ ଏକ କାର୍ ଧକ୍କା ଦେଇଥିଲା। ଫଳରେ ଶିଶୁଟି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ କେନ୍ଦ୍ର କରି ଉତେଜନା ପ୍ରକାଶ ପାଇଛି। ମୃତ ଶିଶୁ ଜଣେ ମେହନ୍ତରଙ୍କ ପୁଅ ବୋଲି ଜଣାପଡିଛି ।

ଫଳରେ ପୌର ପରିଷଦର ସମସ୍ତ ମେହନ୍ତର ଆଜି କାମ ବନ୍ଦ କରି ରାୟଗଡା ଥାନା ଘେରାଉ କରିଛନ୍ତି। ମୃତକଙ୍କ ପରିବାର କ୍ଷତିପୂରଣ ପ୍ରଦାନ ଦାବି କରି ଏହି ଘେରାଉ ହୋଇଛି। ଥାନା ସମ୍ମୁଖରେ ଶତାଧିକ ମେହନ୍ତରଙ୍କ ସମେତ ତାଙ୍କ ପରିବାର ବସିରହିଛନ୍ତି। ଯଦ୍ବାରା ଓଡିଶା-ଆନ୍ଧ୍ରପ୍ରଦେଶ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ପୁଲିସ ବୁଝାସୁଝା କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ତଥାପି କୌଣସି ସୁଫଳ ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’