ରାସ୍ତା ପାଲଟିଛି ମରଣ ଯନ୍ତା

କୋଇଡା(ବଡ଼ ଖବର ବ୍ୟୁରୋ) : ରାସ୍ତା ପାଲଟିଛି ମରଣ ଯନ୍ତା। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରୁ ଟେନସା ବାଟ ଦେଇ କଲେଇପୋଷକୁ ସଂଯୋଗ କରୁଥିବା  ୪୫ କିମି ରାସ୍ତା ଏବେ ମରଣ ଯନ୍ତା ପାଲଟିଛି। ଟେନସା – ବରସୁଆଁ ଘାଟି ରାସ୍ତାର ଅବସ୍ଥା ମଧ୍ୟ ନ କହିଲେ ଭଲ। ସରକାର ଏହି ରାସ୍ତା ଯୋଗୁ ବର୍ଷକୁ ଶହ ଶହ କୋଟି ଟଙ୍କାର ରାଜସ୍ଵ ଆଦାୟ କରୁଛନ୍ତି। ତେବେ ଟେନସା – ବରସୁଆଁ ଘାଟି ରାସ୍ତା ୧୦ କି.ମି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲେ ହେଁ କାହାର ନଜର ନାହିଁ । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଉକ୍ତ ରାସ୍ତାଟିର ଟେଣ୍ଡର ନିଆଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ଏହା କଚ୍ଛପ ଗତିରେ ଚାଲିଛି। ତେବେ କେବେ ଏହାର କାର୍ଯ୍ୟ ଶେଷ ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ହଜାର ହଜାର ଲୁହା ପଥର ଗାଡ଼ି ଚଳ ପ୍ରଚଳ କରୁଛି। ରାସ୍ତା ଏତେ ଶୋଚନୀୟ ଯେ ସାଇକେଲ, ମୋଟର ସାଇକେଲ ନେଇ ଯିବା ଅସମ୍ଭବ ହୋଇ ପଡ଼ୁଛି। ରୋଗୀଙ୍କୁ ଡାକ୍ତଖାନା ନେବା ଆଣିବାରେ ବହୁ ଅସୁବିଧା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ