Masthead

ଦରଦାମ ବଢୁଛି: ଖାଉଟି ମୁଣ୍ଡରେ ଚଡ଼କ

(ବଡ଼ ଖବର ବ୍ୟୁରୋ): ବୋଝ ଉପରେ ନଳିତା ବିଡ଼ା । ପେଟ୍ରୋଲିୟମ ସାମଗ୍ରୀର ଅହେତୁକ ଦର ବୃଦ୍ଧିକୁ ନେଇ ସବୁଠି ଅସନ୍ତୋଷ ଦେଖିବାକୁ ମିଳୁଛି । ବର୍ଷ ଭିତରେ ଦରଦାମ ବୃଦ୍ଧି ସବୁ ରେକର୍ଡକୁ ପାର କରିଛି। ଲୋକଙ୍କ ଘରେ ଚୁଲି ଜଳିବା ଏକପ୍ରକାର କଷ୍ଟସାଧ୍ୟ ହୋଇଛି । ଏଲପିଜି ସିଲିଣ୍ଡରର ଦରବୃଦ୍ଧି ସର୍ବକାଳୀନ ରେକର୍ଡ ସ୍ତରକୁ ଯିବା ପରେ ବି ମହଙ୍ଗା ମାଡ଼ରୁ ତ୍ରାହି ମିଳୁନି । ସୋମବାର ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ ଏକାଥରକେ ୨୬୬ ଟଙ୍କା ୫୦ ପଇସା ବଢ଼ିଛି । ସେପ୍ଟେମ୍ବର ୧ରେ କମର୍ସିଆଲ ସିଲିଣ୍ଡର ଦାମ ୭୫ଟଙ୍କା ବଢ଼ିଥିଲା । କିନ୍ତୁ ଏହି ସବୁ କିଛିର ରେକର୍ଡକୁ ପଛରେ ପକାଇ ଗୋଟିଏ ଦିନରେ ୨୬୬ଟଙ୍କା ୫୦ ପଇସା ବଢ଼ିଛି ସିଲିଣ୍ଡର ଦାମ ।

ସୋମବାର ଘରୋଇ ଏଲପିଜି ସିଲିଣ୍ଡର ଦାମ ବଢ଼ିନଥିଲେ ହେଁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ଅତ୍ୟଧିକ ବୃଦ୍ଧି ପାଇବା ଫଳରେ ବ୍ୟବସାୟୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବୃଦ୍ଧି ପାଇବା ପରେ ଏବେ ରେଷ୍ଟ୍ରୁରାଣ୍ଟ, ହୋଟେଲ ଓ ଢାବାରେ ବି ଦରଦାମ ବୃଦ୍ଧି ପାଇବ ଏଥିରେ ସାମାନ୍ୟତମ ସନ୍ଦେହ ନାହିଁ । ପୂର୍ବରୁ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୧ହଜାର ୭୩୩ ଟଙ୍କାରେ ମିଳୁଥିଲା । ସୋମବାର ଠାରୁ ତାହା ୨ହଜାର ଟଙ୍କା ଟପିଛି । କୋଲକାତାରେ ମଧ୍ୟ ଏହି ମୂଲ୍ୟ ୨ହଜାର ୩୭ଟଙ୍କା ୫୦ ପଇସାରେ ପହଞ୍ଚିଛି । ତେବେ ଚେନ୍ନାଇରେ ଏହାର ଦାମ ସର୍ବାଧିକ ୨ହଜାର ୧୩୩ ଟଙ୍କା ରହିଛି । ତେବେ ସରକାରୀ ପେଟ୍ରୋଲିୟମ କମ୍ପାନୀମାନେ ପ୍ରତି ୧୫ଦିନରେ ଏଲପିଜି ସିଲିଣ୍ଡର ଦାମକୁ ସମୀକ୍ଷା କରି ନୂଆ ଦର ନିର୍ଦ୍ଧାରଣ କରିଥାନ୍ତି ।

ଅକ୍ଟୋବର ୬ରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧୫ଟଙ୍କା ବଢ଼ିଥିଲା । ଜୁଲାଇରୁ ଏପର୍ଯ୍ୟନ୍ତ ମୋଟ ୧୪.୨ କେଜିର ସିଲିଣ୍ଡର ଦାମ ୯୦ଟଙ୍କା ବଢ଼ାଯାଇଛି । କେବଳ ପେଟ୍ରୋଲ, ଡିଜେଲ ବା ଏଲପିଜି ନୁହେ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା କିରାସିନି ଦର ବି ହୁହୁ ହୋଇ ବଢ଼ିଚାଲିଛି । ରାସନ କାର୍ଡ ପିଛା କିରାସିନି କୋଟା ବି ହ୍ରାସ ପାଉଥିବା ବେଳେ ସବସିଡି କମୁଥିବାରୁ ବର୍ଷକ ମଧ୍ୟରେ ଏହାର ଦର ୧୭ଟଙ୍କା ବଢ଼ିଲାଣି । ସେହିପରି ବିଜୁଳି ବିଲରେ ବି ବଢ଼ିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ