ତାଲିବାନକୁ ଭାରତ ସରକାରଙ୍କ୨୦୦ କୋଟିର ଆର୍ଥିକ ସହାୟତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):କେନ୍ଦ୍ର ବଜେଟ ୨୦୨୩-୨୪ରେ ତାଲିବାନକୁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଭାରତ ସରକାର । ୨୦୨୧ ଅଗଷ୍ଟରେ ତାଲିବାନମାନେ କାବୁଲ ଅଧିକାର କରିଥିଲେ । କିନ୍ତୁ ତାଲିବାନ ସରକାରକୁ ଭାରତ ସ୍ବୀକୃତି ଦେଇ ନ ଥିଲା । କିନ୍ତୁ ଏବେ ଆର୍ଥିକ ସାହାଯ୍ୟ ଅବ୍ୟାହତ ରଖିଛି। ସେପଟେ ଏହି ସହାୟତାକୁ ତାଲିବାନ ନେତା ସୁହେଲ ସାହିନ ପ୍ରଶଂସା କରିଛନ୍ତି ।

ତାଲିବାନଙ୍କ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ସାହିନ କହିଛନ୍ତି ଆଫଗାନିସ୍ତାନର ଉନ୍ନୟନ କାର୍ଯ୍ୟ ପାଇଁ ବଜେଟରେ ଭାରତ ୨୦୦ କୋଟି ଟଙ୍କା ମଞ୍ଜୁର କରିଛି, ଆମେ ଏହାକୁ ପ୍ରଶଂସା କରୁଛୁ। ଏହି ଟଙ୍କା ଆମ ଦେଶର ବିକାଶରେ, ଅଧୁରା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବାରେ ଏବଂ ଦାରିଦ୍ର୍ୟ ନିରସନରେ ସାହାଯ୍ୟ କରିବ। ତାଲିବାନ ଅଧିକାର କରିବା ପୂର୍ବରୁ ଭାରତ ଦ୍ବାରା କେତେକ ଉନ୍ନୟନ କାର୍ଯ୍ୟ ଆମ ଦେଶରେ ଚାଲିଥିଲା। ସେ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ରହିଯାଇଛି। ବର୍ତ୍ତମାନ ସେଗୁଡ଼ିକ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଦେଖାଦେଇଛି। ଯଦି ସେ ଟଙ୍କା ଏହି କାର୍ଯ୍ୟରେ ଲାଗେ ତେବେ ତାହା ଉଚିତ ଦିଗରେ ଉଚିତ ପଦକ୍ଷେପ ହେବ। ଭାରତର ସହାୟତା ଆମ ପାଇଁ ବହୁତ ବଡ଼ ପ୍ରେରଣା ବୋଲି ସାହିନ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’