Masthead

ପୁଣି ଆନ୍ଧ୍ରର ଦାଦାଗିରି, ଓଡ଼ିଶାର ଜମି ଓଡ଼ିଶା ଲୋକଙ୍କୁ ବାଣ୍ଟିଲେ

ସେମେଳିଗୁଡ଼ା (ବଡ଼ ଖବର ବ୍ୟୁରୋ): କୋଟିଆରେ ଆନ୍ଧ୍ର ଅଧିକାରୀ ଓ ସାଲୁର ବିଧାୟକ । ଓଡ଼ିଶାରେ ପଶି ଓଡ଼ିଶା ଜମିକୁ ଓଡ଼ିଶା ଲୋକଙ୍କୁ ବାଣ୍ଟିଲେ ଆନ୍ଧ୍ର ବିଧାୟକ ଓ ଆନ୍ଧ୍ର ଅଧିକାରୀ । କୋଟିଆର ତାଡିୱ୍ବାଲସା ଠାରେ ସଭାର ଆୟୋଜନ କରି ଲୋକଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରିଛନ୍ତି । ୯ ଲକ୍ଷ ଟଙ୍କା ବ୍ୟୟରେ ଆଦିବାସୀଙ୍କ ସକାଶେ ମାର୍କେଟ କମ୍ପଲ୍ଲେକ୍ସ ନିର୍ମାଣ ପାଇଁ ଭୁମି ପୂଜନ କରିଛନ୍ତି ।

ସେହିଭଳି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସକାଶେ ୧୬ ଲକ୍ଷ ଟଙ୍କା ବ୍ୟୟରେ ଫେଡେରେସନ କୋଠା ନିର୍ମାଣ କରିବାନେଇ ସାଲୁର ବିଧାୟକ ପିଡିକା ରାଜନ ଦୋରା ଶୁଭ ଦେଇଛନ୍ତି । ଆନ୍ଧ୍ରର ପାର୍ବତୀପୁରମ ପିଏ ଆଇଟିଡିଏ ରୋଣାଙ୍କୀ କୁରମାନାଥଙ୍କ ଉପସ୍ଥିତିରେ ସାଲୁର ବିଧାୟକ ଭୂମି ପୂଜନ କରିଛନ୍ତି । ଏହି ଭୁମି ପୂଜନ କାର୍ଯ୍ୟକ୍ରମରେ ସାଲୁର ତହସିଲଦାର କେ ଶ୍ରୀନିବାସ ରାଓ, ସାଲୁର ବିଡିଓ ପାରବତୀ, ସାରିକି ସରପଂଚ ଜି ସତ୍ୟବତୀଙ୍କ ସମେତ ଆନ୍ଧ୍ର ପୋଲିସ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆନ୍ଧ୍ର ଏଜେଣ୍ଟ ଗେମେଲ ବିଶୁ ଓ ତୋଡପିଲି ବିଶୁ ସଭା ଆୟୋଜନ କରିବା ସହ ଆନ୍ଧ୍ର ଅଧିକାରୀ ଓ ବିଧାୟକଙ୍କୁ ସହଯୋଗ କରିଥିଲେ । ଆନ୍ଧ୍ରର ଏଭଳି ଅନୁପ୍ରବେଶକୁ ଓଡ଼ିଶା ବିକାଶ ପରିଷଦ ତୀବ୍ର ବିରୋଧ କରିଛି । ଆନ୍ଧ୍ର ସମସ୍ତ ଆଇନକୁ ଅବମାନନା କରି କୋଟିଆରେ ପ୍ରବେଶ କରି ସରକାରୀ କାର୍ଯ୍ୟକ୍ରମ କରି କୋଟିଆକୁ ହାତେଇବାକୁ ଉଦ୍ୟମ କରିଛି । ରାଜ୍ୟ ସରକାର ତୁରନ୍ତ କୋଟିଆର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ବିକାଶ ପରିଷଦ ଦାବି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା