Masthead

ଉପଜିଲ୍ଲାପାଳଙ୍କ ବିରୋଧରେ ଓକିଲଙ୍କ ମେଳି

ଉଦଳା (ବଡ଼ ଖବର ବ୍ୟୁରୋ): କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ତାଙ୍କ କୋର୍ଟର ସରକାରୀ ଓକିଲଙ୍କୁ ଗିରଫ ଦାବିରେ ଆଜି ଉଦଳା ଓକିଲଙ୍କ ପକ୍ଷରୁ କୋର୍ଟ, କଚେରୀ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବନ୍ଦ କରିଛନ୍ତି । କପ୍ତିପଦା ଉପଖଣ୍ଡ ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ନିଜସ୍ୱ କୋର୍ଟରେ କୌଣସି କେଶର ଶୁଣାଣୀ ହୋଇ ନ ଥିବାବେଳେ ସେ ନେଇ ଲକ୍ଷ ଲକ୍ଷ ଟଙ୍କା ଉପଜିଲ୍ଲାପାଳ ଚଳୁ କରିଥିବାର ଅଭିଯୋଗ କରିଛନ୍ତି ଓକିଲ ।

ଯାହାକୁ ନେଇ ଉଦଳା କୋର୍ଟରେ ଏତଲା ଦିଆଯିବା ପରେ ଏହି ଘଟଣାରେ ଉପଜିଲ୍ଲାପାଳ ଏବଂ ସରକାରୀ ଓକିଲଙ୍କ ବିରୋଧରେ ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା । ଏହା ସହିତ ସେମାନଙ୍କ ବିରୁଦ୍ଧରେ ସାଂଘାତିକ ଦଫା ମଧ୍ୟ ଲାଗିଛି । ହେଲେ ଉପଜିଲ୍ଲାପାଳ ଭଗବାନ ବେହେରା ଏବଂ ଓକିଲ ପ୍ରତିମା ସାହୁଙ୍କ ବିରୁଦ୍ଧରେ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଦୁଇ ଜଣଙ୍କ ନାମରେ ଥାନାରେ ମାମଲା ହୋଇଥିଲେ ସୁଦ୍ଧା ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଯାହାକୁ ଆଧାର କରି ଆଜି ଉଦଳା ଓକିଲଙ୍କ ପକ୍ଷରୁ ଉଦଳା କୋର୍ଟ ବନ୍ଦ କରାଯିବା ସହିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, କଚେରୀ ଆଦି ବନ୍ଦ ରହିଛି । ତେବେ ଓକିଲଙ୍କ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ଏବଂ ପରେ ରାଜ୍ୟସ୍ତରରେ ଆନ୍ଦୋଳନକୁ ଓକିଲ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ