ବଞ୍ଚି ଥାଉ ଥାଉ ମାରିଦେଲେ

ପାପଡ଼ାହାଣ୍ଡି (ବଡ଼ ଖବର ବ୍ୟୁରୋ): ବ୍ୟକ୍ତି ଜୀବିତ। କିନ୍ତୁ କୃଷି ବିଭାଗ କାଗଜପତ୍ରରେ ମୃତ। ଅର୍ଥାତ ବ୍ୟକ୍ତି ଜଣକ ବଞ୍ଚି ଥାଉ ଥାଉ କୃଷି ବିଭାଗ ଅଧିକାରୀମାନେ ମାରିଦେଲେ। ଏଥିପାଇଁ କାଳିଆ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁରର ହାଟ ପଦା ସାହିରେ ରହୁଥିବା ସନ୍ତୋଷ ହରିଜନ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁରର ହାଟ ପଦା ସାହିରେ ରହନ୍ତି ସନ୍ତୋଷ ହରିଜନ । କୃଷି ବିଭାଗର ଅପରାଗତା ଯୋଗୁଁ ସେ କାଳିଆ ଯୋଜନାରେ ଟଙ୍କା ପାଇବାରେ ବଞ୍ଚିତ ହୋଇଛନ୍ତି । ସେ ବଞ୍ଚି ଥିବାବେଳେ କୃଷି ବିଭାଗ ଦସ୍ତାବିଜରେ ତାଙ୍କୁ ମୃତ ଦର୍ଶାଯାଇଛି ।

ଏ ନେଇ ସନ୍ତୋଷ ଓ ତାଙ୍କ ପରିବାର ନିରାଶ । ୨୦୧୯/୨୦ ରେ ତାଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସନ୍ତୋଷ ଉକ୍ତ ଯୋଜନା ବାବଦକୁ ୫୦୦୦/- ଟଙ୍କା ପାଇଥିଲେ । କିନ୍ତୁ ଚଳିତ ବର୍ଷ ସନ୍ତୋଷଙ୍କୁ ଆଉ କାଳିଆ ଯୋଜନାରେ ଟଙ୍କା ଆସିଲା ନାହିଁ । ଟଙ୍କା ନ ଆସିବାରୁ ସେ ନିରୁପାୟ ହୋଇପଡ଼ିଥିଲେ । ଶେଷରେ ଏହାର କାରଣ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ । ଅନଲାଇନରେ ଯାଞ୍ଚ ସମୟରେ ସେ ଜାଣିବାକୁ ପାଇଲେ ଯେ କାଳିଆ ଯୋଜନାରେ ସାମିଲ ନ କରାଯିବାର କାରଣ ସେ ମୃତ । ଏହା ଦେଖିବା ଓ ଜାଣିବା ପରେ ସନ୍ତୋଷ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ । ଜୀବିତ ଲୋକଙ୍କୁ କିପରି ମୃତ କରାଗଲା ଏ ନେଇ ସେ ପାପଡାହାଣ୍ଡି କୃଷି ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ନିଜର ଭୁଲ ଜାଣିବା ପରେ କର୍ମଚାରୀମାନେ ସନ୍ତୋଷଙ୍କୁ ପୁନଃ ଆବେଦନ କର ତମର ଟଙ୍କା ମିଳିବ ବୋଲି ପଠାଇଦେଇଥିଲେ ।

ନିରାଶ ସନ୍ତୋଷ ଟଙ୍କା ନପାଇବାରୁ ହତାଶ ହୋଇ ପଡିଛନ୍ତି । ଯାଞ୍ଚ ସମୟର ଅଧିକାରୀ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ମୃତ ଘୋଷଣା କଲେ ତାହାର ଯାଞ୍ଚ ଲାଗି ଦାବି କରିବା ସହ କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଛନ୍ତି । ଏ ନେଇ ପାପଡାହାଣ୍ଡି ବ୍ଲକ କୃଷି ଅଧିକାରୀ ଶଶୀ ଭୂଷଣ ସେନାପତିଙ୍କୁ ପଚାରିବାରୁ ସେ ସହକାରୀ କୃଷି ଅଧିକାରୀ କହି ପାରିବେ ବୋଲି କହିଥିଲେ । ସହକାରୀ କୃଷି ଅଧିକାରୀ ଶିବାନୀ ଗୋଛାୟତଙ୍କୁ ପଚାରିବାରୁ ମୁଁ ଜାଣିନି ବୋଲି କହିଥିଲେ ବର୍ତ୍ତମାନ ମୁଁ ନୂଆରେ ଏଠାରେ ଯୋଗ ଦେଇଛି ବୋଲି କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!