Masthead

ତଲୱାର ଦେଖାଇ ବିଜେପି ନେତାଙ୍କୁ ଟିଏମସିରେ ସାମିଲ କରାଯାଉଛି: ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣି ଶାସକ ଦଳ ଓ ବିରୋଧୀ ବିଜେପି ଦଳ ମୁହାଁମୁହିଁ ହୋଇଛନ୍ତି । ତେବେ ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ବାରମ୍ବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଆସୁଛି । ସେପଟେ ଏହାର ଠିକ ବିପରୀତ କଥା କହିଛି ତୃଣମୂଳ କଂଗ୍ରେସ । ସେ ମଧ୍ୟ ଅଭିଯୋଗ କରିଛି ବିଜେପି ତାଙ୍କର ଦଳୀୟ କର୍ମୀମାନଙ୍କୁ ମାଡ଼ ମାରି ନିଜ ଦଳରେ ସାମିଲ କରୁଛି । ଏନେଇ ଉଭୟ ଦଳ ଆରୋପ ପ୍ରତ୍ୟାରୋପ ଦୀର୍ଘଦିନ ଧରି କରିଆସୁଛନ୍ତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ । ତେବେ ଏହି ରାଜ୍ୟରେ ବିରୋଧୀ ଦଳର ନେତାଙ୍କ ବିରୋଧରେ ଗୁରୁତର ଅପରାଧର ମିଥ୍ୟା ମାମଲା ରହିଛି ।

ତଲୱାର ଦେଖାଇ ନେତାଙ୍କୁ ଟିଏମସିରେ ସାମିଲ ହେବାକୁ ଧମକ ଦିଆଯାଉଛି । ବାଧ୍ୟ ହୋଇ ସେମାନେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ବିଜୟବର୍ଗିୟ କହିଛନ୍ତି । ଯଦି ଗଣତନ୍ତ୍ରରେ ଆଦୌ ବିଶ୍ୱାସ ନଥିବା ଜଣେ ଶାସକ ଦଳର ନାମ ଦେଶର ଇତିହାସରେ ଲେଖାଯିବ । ତେବେ ବାନାର୍ଜୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ । ଅନ୍ୟପଟେ ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଦଳର ଅନେକ ଟିଏମସିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା