ତଲୱାର ଦେଖାଇ ବିଜେପି ନେତାଙ୍କୁ ଟିଏମସିରେ ସାମିଲ କରାଯାଉଛି: ବିଜେପି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣି ଶାସକ ଦଳ ଓ ବିରୋଧୀ ବିଜେପି ଦଳ ମୁହାଁମୁହିଁ ହୋଇଛନ୍ତି । ତେବେ ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ବାରମ୍ବାର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଆସୁଛି । ସେପଟେ ଏହାର ଠିକ ବିପରୀତ କଥା କହିଛି ତୃଣମୂଳ କଂଗ୍ରେସ । ସେ ମଧ୍ୟ ଅଭିଯୋଗ କରିଛି ବିଜେପି ତାଙ୍କର ଦଳୀୟ କର୍ମୀମାନଙ୍କୁ ମାଡ଼ ମାରି ନିଜ ଦଳରେ ସାମିଲ କରୁଛି । ଏନେଇ ଉଭୟ ଦଳ ଆରୋପ ପ୍ରତ୍ୟାରୋପ ଦୀର୍ଘଦିନ ଧରି କରିଆସୁଛନ୍ତି । ଏହା ମଧ୍ୟରେ ପଶ୍ଚିମବଙ୍ଗ ସରକାର ବିରୋଧୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ । ତେବେ ଏହି ରାଜ୍ୟରେ ବିରୋଧୀ ଦଳର ନେତାଙ୍କ ବିରୋଧରେ ଗୁରୁତର ଅପରାଧର ମିଥ୍ୟା ମାମଲା ରହିଛି ।

ତଲୱାର ଦେଖାଇ ନେତାଙ୍କୁ ଟିଏମସିରେ ସାମିଲ ହେବାକୁ ଧମକ ଦିଆଯାଉଛି । ବାଧ୍ୟ ହୋଇ ସେମାନେ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ବିଜୟବର୍ଗିୟ କହିଛନ୍ତି । ଯଦି ଗଣତନ୍ତ୍ରରେ ଆଦୌ ବିଶ୍ୱାସ ନଥିବା ଜଣେ ଶାସକ ଦଳର ନାମ ଦେଶର ଇତିହାସରେ ଲେଖାଯିବ । ତେବେ ବାନାର୍ଜୀ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବେ । ଅନ୍ୟପଟେ ପଶ୍ଚିମବଙ୍ଗରେ ଗତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ଦଳର ଅନେକ ଟିଏମସିରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ