Masthead

ଯୋଗୀ ସରକାରଙ୍କ ଭେଟି, ଗରିବଙ୍କୁ ହୋଲି ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

(ବଡ଼ ଖବର ବ୍ୟୁରୋ): ଦୀପାବଳି ଅବସରରେ ଆଜି ସଜେଇ ହୋଇଛି ଅଯୋଧ୍ୟା । ଆଜି ଦିନରେ ଦୀର୍ଘ ୧୨ ବର୍ଷ ପରେ ବନବାସରୁ ଫେରିଥିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର । ତେଣୁ ରାମଙ୍କ ଆଗମନରେ ଅଯୋଧ୍ୟାରେ ଦୀପୋତ୍ସବ ବି ପାଳନ କରାଯାଉଛି । ତେବେ ଏହି ଅବସରରେ ଆଜି ରାଜ୍ୟର ଲୋକମାନଙ୍କୁ ଏକ ଭେଟି ଦେଇଛନ୍ତି ୟୁପିର ଯୋଗୀ ସରକାର । ରାଜ୍ୟରେ ଗରିବଙ୍କୁ ହୋଲି ପର୍ଯ୍ୟନ୍ତ ମାଗଣା ରାସନ ମିଳିବ ବୋଲି ବୁଧବାର ଘୋଷଣା କରାଯାଇଛି । ତେବେ କେବଳ ମାଗଣା ଚାଉଳ ଓ ଗହମ ନୁହେଁ ଡାଲି, ତେଲ, ଲୁଣ ସାଙ୍ଗକୁ ଚିନି ବି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଦେଶରେ କରୋନା ଯୋଗୁ ପ୍ରଧାନମନ୍ତ୍ରୀ ଗରିବଙ୍କ ଲାଗି ନିଶୁଳ୍କ ରାସନ ଘୋଷଣା କରିଥିଲେ। ଯାହାର ଅବଧି ନଭେମ୍ବର ମାସରେ ଶେଷ ହେଉଛି। ତେବେ ରାଜ୍ୟରେ ଆଉ ୪ ମାସ ଏହି ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଯୋଗୁ ଉତ୍ତରପ୍ରଦେଶର ୧୫ କୋଟି ରାସନ କାର୍ଡ ଧାରୀ ଲାଭାନ୍ୱିତ ହେବେ ବୋଲି କୁହାଯାଉଛି। ଦୀପୋତ୍ସବ ମଞ୍ଚରୁ ଯୋଗୀ ରାମ ରାଜ୍ୟ ପରିକଳ୍ପନାରେ ମୁଁ ଏଥିରୁ ମୋତେ ରୋକି ପାରୁନଥିବା କହିଥିଲେ।

ଯୋଗୀଙ୍କ ଘୋଷଣାରେ କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ହଜାର ହଜାର ନରନାରୀ ଉତ୍ସାହିତ ହୋଇ ଯୋଗୀଙ୍କ ଜୟଜୟକାର କରିଛନ୍ତି। ରାଜ୍ୟରେ ଯୋଗୀ ୨୦୧୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେବେଠାରୁ ଅଯୋଧ୍ୟାରେ ଦୀପୋତ୍ସବ ଓ ରାମଙ୍କ ଗୃହ ପ୍ରତ୍ୟାବର୍ତ୍ତନ ଉତ୍ସବ ତ୍ରେତୟା ଯୁଗ ପରମ୍ପରାରେ ଆୟୋଜିତ ହୋଇ ଆସୁଛି। ସେବେଠାରୁ ପ୍ରତିବର୍ଷ ଯୋଗୀ ରାଜ୍ୟ ବିକାଶ ଲାଗି କୋଟି କୋଟି ଟଙ୍କାର ଯୋଜନା ଘୋଷଣା କରିଆସୁଥିବା ବେଳେ ନିଶୁଳ୍କ ରାସନ ଘୋଷଣା କରି ସମସ୍ତଙ୍କୁ ଚମତ୍କୃତ କରିଛନ୍ତି।

ଦେଶର କୌଣସି ରାଜ୍ୟ ସରକାର ଏପର୍ୟ୍ୟନ୍ତ ଏହି ଘୋଷଣା କରି ନାହାନ୍ତି। ମହଙ୍ଗାରେ ଗରିବଙ୍କ ଥାଳିରେ ଡାଲି ଦେବାକୁ ଓ ଭଲକରି ମୁଠେ ଖାଇବା ଲାଗି ତେଲ, ଲୁଣ ଓ ଚିନି ବି ମାଗଣା ଦେବାକୁ ଯୋଗୀ ଘୋଷଣା କରିବା ଦେଶରେ ପ୍ରଥମ ବଡ଼ ଘୋଷଣା ବୋଲି ଏବେ କୁହାଯାଉଛି। ଏଥିରେ ଅନ୍ତୋଦୟ କାର୍ଡ ଧାରୀ ମାସିକ ୩୫ କେଜି ଖାଦ୍ୟଶଶ୍ୟ ପାଇବା ସହ କାର୍ଡ ଧାରି ଗୃହସ୍ଥ ମଧ୍ୟ ଯୋଜନାର ୫ କେଜି ଚାଉଲ, ଗହମ ସାଙ୍ଗକୁ ୧ କେଜି ହରଡ ଡାଲି, ଲିଟରେ ସୋରିଷ ତେଲ, ଲୁଣ ଓ ଚିନି ମଧ୍ୟ ପାଇବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି