Masthead

କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା!

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): କାଚୁଛି ବର୍ଷା, ବହିଲାଣି ପବନ । ସମୁଦ୍ରରୁ ମାଡ଼ିଆସୁଛି ବଡ଼ ବର୍ଷା। ଦକ୍ଷିଣ ଓ ଉପକୂଳକୁ ଅଧିକ ବିପଦ। ୨୩ ଓ ୨୪ରେ ହେବ ସାଂଘାତିକ ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ନିର୍ଘାତ ବର୍ଷା ଆଶଙ୍କା ରହିଛି । ଉପକୂଳରେ ବି ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ୨୫ରୁ ପଶ୍ଚିମ ଓଡ଼ିଶାରେ ବର୍ଷା ବଢ଼ିପାରେ । ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀ ଫୁଲିବା ଆଶଙ୍କା କରାଯାଉଛି । ହେଲେ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନରୁ ସ୍ପଷ୍ଟ ହେଉଛି । ଗଭୀର ଅବପାତ ରୂପରେ ଏହା ବିଶାଖପାଟଣାରୁ ଗୋପାଳପୁର ମଝିରେ ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ ।

ପୁରୀ ଓ ଗୋପାଳପୁର ଉପକୂଳରୁ ପ୍ରାୟ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ କେନ୍ଦ୍ରୀଭୂତ ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ଭିତରେ ମଙ୍ଗଳବାର ସନ୍ଧ୍ୟା ବେଳକୁ ଗଭୀର ଅବପାତ ରୂପ ନେବ । ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିଶାଖପାଟଣାଠାରୁ ସାମାନ୍ୟ ଉତ୍ତର ଦେଇ ସ୍ଥଳଭାଗରେ ପ୍ରବେଶ କରିବ ଗଭୀର ଅବପାତ । ସେତେବେଳକୁ ପବନର ବେଗ ୫୦ରୁ ୬୦ କିଲୋମିଟର ଏବଂ ପବନ ଧକ୍କା ୭୦ କିମି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୨୨ରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ଓ ଦକ୍ଷିଣର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।

୨୩ରୁ ୨୫ ଯାଏ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେବ । ୨୩ ଓ ୨୪ରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ୨୩ରେ ଗଞ୍ଜାମ, ଗଜପତି ଓ କୋରାପୁଟ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ । ଜଗତସିଂହପୁର, କଟକ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଏହାବାଦ୍ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୨୪ରେ ଦକ୍ଷିଣର ବିଭିନ୍ନ ଜିଲ୍ଲାରେ ଅତି ଭୀଷଣ ବର୍ଷା ନେଇ ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଉପକୂଳ ସହ ଉତ୍ତରର କିଛି ଜାଗାରେ ବି ପ୍ରବଳ ବର୍ଷା ହୋଇପାରେ । ୨୫ରେ ଦକ୍ଷିଣରୁ ପଶ୍ଚିମକୁ ବର୍ଷା ପ୍ରକୋପ ବଢ଼ିବ ।

ଏପଟେ ପ୍ରବଳ ବର୍ଷାକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।  ଖୋର୍ଦ୍ଧା ଜିଲ୍ଲା ସମେତ ଜଗତ୍‌ସିଂହପୁର, ମାଲକାନଗିରି, ଗଜପତି ଜିଲ୍ଲାରେ ମଙ୍ଗଳବାରଠୁ ୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ କେବଳ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି । ଶିକ୍ଷକମାନଙ୍କୁ ରୋଷ୍ଟର ଡ୍ୟୁଟି ସହ ଆଲର୍ଟ ରହିବାକୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା