Masthead

ଉଜ୍ଜ୍ୱଳମୟ ତାରକା ବିରାଟଙ୍କ କେମିତି ଥିଲା କ୍ରିକେଟ କ୍ୟାରିୟର ଜାଣନ୍ତୁ…

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): କ୍ରିକେଟ ଜଗତର ଉଜ୍ଜ୍ୱଳମୟ ତାରକା, ଭାରତୀୟ କ୍ରିକେଟର ତଥା ଭାରତର ଜାତୀୟ ପୁରୁଷ କ୍ରିକେଟ ଦଳର ବର୍ତ୍ତମାନ ଅଧିନାୟକ ବିରାଟ କୋହଲି । ତାଙ୍କୁ ଘରୋଇ କ୍ରିକେଟ ଦିଲ୍ଲୀ ଏବଂ ଇଣ୍ଡିଆନ ପ୍ରିମିୟମ ଲିଗରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରରେ ଡାହଣହାତୀ ବ୍ୟାଟ୍ସମ୍ୟାନ ଭାବରେ ବିବେଚନା କରାଯାଏ । ଯିଏ କି ଗତ ଦଶନ୍ଧି ଧରି କ୍ରିକେଟ ଜଗତରେ ନିଜର ପ୍ରାଧାନ ବିସ୍ତାର କରିଛନ୍ତି । ଏକ ନୂଆ ଯୁଗର ସ୍ଥାପନା କରିଛନ୍ତି ।

ସେହି ସେଞ୍ଚୁରୀ ଶେହଜାନଙ୍କ ବିଷୟରେ କେତକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ବିରାଟ ୫ ନଭେମ୍ବର ୧୯୮୮ ମସିହାରେ ଦିଲ୍ଲୀର ଏକ ପଞ୍ଜାବି ପରିବାରାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରେମ କୋହଲି ଥିଲେ ଜଣେ କ୍ରାଇମ ଲୟର ଏବଂ ତାଙ୍କ ମାଆ ସରୋଜ କୋହଲି ଜଣେ ଗୃହିଣୀ ଥିଲେ । ପିଲାବେଳୁ ତାଙ୍କର କ୍ରିକେଟ ପ୍ରତି ରୁଚି ରହିଥିଲା । ଯେବେ ଏମଏସ ଧୋନି କ୍ରିକେଟ ଜଗତରୁ ସନ୍ୟାସ ନେଲେ, ବିରାଟ ୨୦୧୪ ରେ ଭାରତୀୟ ଟେଷ୍ଟ ଟିମର କ୍ୟାପଟେନ ହେଲେ ।

ସେ ୨୦୧୧ ରେ କ୍ରିକେଟ ଟେଷ୍ଟ ମ୍ୟାଚରୁ ଡେବ୍ୟୁ କରିଥିଲେ । ୨୦୧୩ ରେ ପ୍ରଥମ ଥର ପାଇଁ ଆଇସିସି ର୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ପହଞ୍ଚି ଥିଲେ । ସେ ଆଇସିସି ୱାର୍ଲ୍ଡ ଟ୍ୱେଣ୍ଟି ଅଫ ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି । ୨୩,୦୦୦ ଆନ୍ତର୍ଜାତୀୟ ରନରେ ଦ୍ରୁତତମ ହେବାରେ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି । କୋହଲି ଅନେକ ପୁରସ୍କାର ଜିତିଛନ୍ତି , ବିଶେଷତଃ ୨୦୧୨,୨୦୧୭ ଏବଂ ୨୦୧୮ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ।

୨୦୧୩ ରେ ଅର୍ଜୁନ ପୁରସ୍କାର,୨୦୧୭ ରେ କ୍ରୀଡାବର୍ଗ ଅଧୀନରେ ପଦ୍ମଶ୍ରୀ ଏବଂ ୨୦୧୮ ରେ ଭାରତର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା ।୨୦୧୮ ରେ ଟାଇମ୍ସ ମାଗାଜିନ ତାଙ୍କୁ ୧୦୦ ରୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତଙ୍କ ମଧ୍ୟରୁ ଜଣେ ଭାବରେ ନାମିତ କରିଥିଲା ।୨୦୨୦ ରେ ସେ ଫୋବର୍ସ ତାଲିକାରେ ବିଶ୍ୱର ଶ୍ରେଷ୍ଠ ୧୦୦ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଆର୍ଥଲେଟ ତାଲିକାରେ ୬୬ତମ ସ୍ଥାନରେ ରହିଥିଲେ ଏବଂ ଆନୁମାନିକ ଆୟ ପ୍ରାୟ ୨୬ ମିଲିୟନ ଡଲାରରୁ ଅଧିକ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ