Masthead

ଛେଣ୍ଡିପଦାରୁ ଗଞ୍ଜେଇ ଟ୍ରାକ୍ଟର ଜବତ, ଜଣେ ଗିରଫ

ଛେଣ୍ଡିପଦା(ବଡ଼ ଖବର ବ୍ୟୁରୋ):ଛେଣ୍ଡିପଦାରୁ ଗଞ୍ଜେଇ ଟ୍ରାକ୍ଟର ଜବତ, ଜଣେ ଗିରଫ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆଗାଁ ଗ୍ରାମପଞ୍ଚାୟତ ଅଞ୍ଚଳରେ ପୁଲିସ ଚଢାଉ କରି ଗୋଟେ ବସ୍ତା ଗଞ୍ଜେଇ ଓ ଗୋଟିଏ ଟ୍ରାକ୍ଟର ଜବତ କରିଛି। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ନୂଆଗାଁ ଗ୍ରାମ ପଞ୍ଚାୟତର ଭାଲୁବୋଲ ଅଞ୍ଚଳରେ ଗଞ୍ଜେଇ ପ୍ୟାକିଙ୍ଗ କରାଯାଇ ଟ୍ରାକ୍ଟରରେ ଚାଲାଣ ହେଉଥିବା ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ଓ ଏଏସଆଇ ଅରୁଣ ବେହେରା ଚଢାଉ କରିଥିଲେ ।

ପୁଲିସ ଭାଲୁବୋଲ ଗ୍ରାମର କାଳିଆ ନାଏକଙ୍କ ଘରେ ଚଢାଉ କରି ଏକ ବସ୍ତା ଗଞ୍ଜେଇ ଜବତ କରିବା ପରେ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ମୋଟରସାଇକେଲକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ କାଳିଆ ନାଏକକୁ ଗିରଫ କରିଛି । ଏନେଇ ଛେଣ୍ଡିପଦା ଥାନାରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ମାମଲା ରୁଜୁ କରିବା ସହିତ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି । ଏଥିରେ ସଂପୃକ୍ତ ଥିବା ଜଣକୁ ଗିରଫ କରିଛି କୋର୍ଟ ଚାଲାଣ କରିଛି। ଖବର ଲେଖା ହେବା ଯାଏ ଗଞ୍ଜଇ ଓଜନ ହୋଇପାରି ନଥିବାରୁ ଓଜନ ପରିମାଣ ଜଣା ପଡି ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର