ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭତ୍ତା ହିତାଧିକାରୀଙ୍କୁ ଆଶ୍ୱସ୍ତି । ହିତାଧିକାରୀଙ୍କୁ ମିଳିଲା ୨ ମାସର ଭତ୍ତା । ଏପ୍ରିଲ ଓ ମେ ମାସର ଭତ୍ତା ପ୍ରଦାନ କରିଛନ୍ତି ସରକାର । ବକେୟା ୩ମାସ ମଧ୍ୟରୁ ୨ମାସର ଭତ୍ତା ମିଳିଛି । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ମୋଟ ୧୯ ଲକ୍ଷ ୨୨ ହଜାର ୫୨୫ଜଣ ହିତାଧୀକାରୀଙ୍କ ଭିତରୁ ୧୭ଲକ୍ଷ ୬୦ ହଜାର ୪୩୫ଜଣଙ୍କୁ ପୂର୍ବ ମାସର ବକେୟା ଭତ୍ତା ପ୍ରଦାନ କରାଯାଇଛି । ଜୁନ୍ ମାସର ଟଙ୍କା ଖୁବ୍ ଶୀଘ୍ର ମିଳିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଭତ୍ତା ଟଙ୍କା ନ ପାଇ ରାଜ୍ୟର ବିଭିନ୍ନ ସ୍ଥାନରେ ହିତାଧିକାରୀଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।
Prev Post
ଆଗକୁ ପଢନ୍ତୁ
