Masthead

ତାଲିବାନକୁ ଭାରତ ସରକାରଙ୍କ୨୦୦ କୋଟିର ଆର୍ଥିକ ସହାୟତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):କେନ୍ଦ୍ର ବଜେଟ ୨୦୨୩-୨୪ରେ ତାଲିବାନକୁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଭାରତ ସରକାର । ୨୦୨୧ ଅଗଷ୍ଟରେ ତାଲିବାନମାନେ କାବୁଲ ଅଧିକାର କରିଥିଲେ । କିନ୍ତୁ ତାଲିବାନ ସରକାରକୁ ଭାରତ ସ୍ବୀକୃତି ଦେଇ ନ ଥିଲା । କିନ୍ତୁ ଏବେ ଆର୍ଥିକ ସାହାଯ୍ୟ ଅବ୍ୟାହତ ରଖିଛି। ସେପଟେ ଏହି ସହାୟତାକୁ ତାଲିବାନ ନେତା ସୁହେଲ ସାହିନ ପ୍ରଶଂସା କରିଛନ୍ତି ।

ତାଲିବାନଙ୍କ ରାଜନୈତିକ କାର୍ଯ୍ୟାଳୟର ମୁଖ୍ୟ ସାହିନ କହିଛନ୍ତି ଆଫଗାନିସ୍ତାନର ଉନ୍ନୟନ କାର୍ଯ୍ୟ ପାଇଁ ବଜେଟରେ ଭାରତ ୨୦୦ କୋଟି ଟଙ୍କା ମଞ୍ଜୁର କରିଛି, ଆମେ ଏହାକୁ ପ୍ରଶଂସା କରୁଛୁ। ଏହି ଟଙ୍କା ଆମ ଦେଶର ବିକାଶରେ, ଅଧୁରା ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବାରେ ଏବଂ ଦାରିଦ୍ର୍ୟ ନିରସନରେ ସାହାଯ୍ୟ କରିବ। ତାଲିବାନ ଅଧିକାର କରିବା ପୂର୍ବରୁ ଭାରତ ଦ୍ବାରା କେତେକ ଉନ୍ନୟନ କାର୍ଯ୍ୟ ଆମ ଦେଶରେ ଚାଲିଥିଲା। ସେ ପ୍ରକଳ୍ପଗୁଡ଼ିକ ଅସମ୍ପୂର୍ଣ୍ଣ ରହିଯାଇଛି। ବର୍ତ୍ତମାନ ସେଗୁଡ଼ିକ ସମ୍ପୂର୍ଣ୍ଣ କରିବାର ଆବଶ୍ୟକତା ଦେଖାଦେଇଛି। ଯଦି ସେ ଟଙ୍କା ଏହି କାର୍ଯ୍ୟରେ ଲାଗେ ତେବେ ତାହା ଉଚିତ ଦିଗରେ ଉଚିତ ପଦକ୍ଷେପ ହେବ। ଭାରତର ସହାୟତା ଆମ ପାଇଁ ବହୁତ ବଡ଼ ପ୍ରେରଣା ବୋଲି ସାହିନ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼