Masthead

କେଉଁ ବ୍ୟାଙ୍କ ଦେଇଛି କେତେ ଋଣ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିବାଦରେ ଅଛନ୍ତି ଶିଳ୍ପପତି ଗୌତମ ଆଦାନୀ । ହିଣ୍ଡେନବର୍ଗ ରିପୋର୍ଟ ପରେ ଆଦାନୀଙ୍କ ସମ୍ପତ୍ତି ଅଧାରୁ କମ୍ ହୋଇଯାଇଛି। ଆଦାନୀ ଗ୍ରୁପ୍ ର ସେୟାର ପ୍ରତିଦିନ ହ୍ରାସ ପାଉଛି । ଦଶ ଦିନରେ ଆଦାନୀଙ୍କ ନିଟ୍ ମୂଲ୍ୟ ପ୍ରାୟ ୬୫ ବିଲିୟନ ଡଲାର ହ୍ରାସ ପାଇଛି। ଆରବିଆଇ ମଧ୍ୟ ଆଦାନୀ ଗୁ୍ରପ ସମ୍ପର୍କରେ ଦେଶର ସମସ୍ତ ବ୍ୟାଙ୍କରୁ ସୂଚନା ମାଗିଥିଲା। କେଉଁ ବ୍ୟାଙ୍କ ଆଦାନୀ ଗ୍ରୁପକୁ କେତେ ଋଣ ଦେଇଛି ଏବଂ କେଉଁ ଆଧାରରେ?
ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସବିଆଇ ଆଦାନୀ ଗୁ୍ରପକୁ ଦେଇଛି ୨୭,୦୦୦ କୋଟିର ଋଣ । ଏହା ତା ପୁଞ୍ଜିର ମାତ୍ର ୦.୮୮ ପ୍ରତିଶତ । ଏସବିଆଇର ଅଧ୍ୟକ୍ଷ ଦୀନେଶ କୁମାର ଖରା ବ୍ଲୁମବର୍ଗଙ୍କୁ କହିଛନ୍ତି, ସମସ୍ତ ଆଦାନୀ ଗୋଷ୍ଠୀ କମ୍ପାନୀ ସମସ୍ତ ଋଣ କିସ୍ତି ଠିକ୍ ସମୟରେ ଦେଉଛନ୍ତି। ବ୍ୟାଙ୍କ ବର୍ତ୍ତମାନ ପର୍ୟ୍ୟନ୍ତ ଯାହା ଋଣ ଦେଇଛି, ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅସୁବିଧା ନାହିଁ । ସେହିପରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଆଦାନୀ ଗ୍ରୁପ କମ୍ପାନୀଗୁଡିକୁ ୭ହଜାର କୋଟିର ଋଣ ଦେଇଛି । ଏଥିରୁ ବିମାନବନ୍ଦର ସହ ଜଡିତ ପ୍ରକଳ୍ପ ପାଇଁ ୨.୫ହଜାର କୋଟି ଟଙ୍କା ପ୍ରଦାନ କରିଛି । ବ୍ୟାଙ୍କ ଅଫ ବରୋଦା କହିଛି ଆଦାନୀ ଗ୍ରୁପକୁ ଦିଆଯ୍ଧବଥିବା ଋଣ ଆରବିଆଇ ନିର୍ଦ୍ଧାରିତ ଗାଇଡଲାଇନର ଏକ ଚତୁର୍ଥାଂଶ ଅଟେ ।
ସେହିଭଳି ଜମ୍ମୁ ଓ କାଶ୍ମୀର ବ୍ୟାଙ୍କ ମଧ୍ୟ ଆଦାନୀ ଗ୍ରୁପକୁ ଦେଇଥିବା ଋଣ ଉପରେ ପ୍ରତିକ୍ରିୟା ରଖିଛି। ଆଦାନୀ ଗ୍ରୁପରେ ତାହାର ପ୍ରାୟ ୨୫୦ କୋଟି ଟଙ୍କା ବିନିଯୋଗ ହୋଇଥିବା କମ୍ପାନୀ କହିଛି। ଆଦାନୀ ଗ୍ରୁପକୁ ଦିଆଯାଇଥିବା ଋଣ ପୁନରୁଦ୍ଧାରରେ କୌଣସି ଅସୁବିଧା ନାହିଁ ବୋଲି ବ୍ୟାଙ୍କ ଦାବି କରିଛି। ୧୦ ବର୍ଷ ପୂର୍ବେ ଆଦାନୀ ଗ୍ରୁପର ଦୁଇଟି ପ୍ରକଳ୍ପ ପାଇଁ ବ୍ୟାଙ୍କ ପ୍ରାୟ ୪୦୦ କୋଟି ଋଣ ଦେଇଥିଲା। ଯାହା ବର୍ତ୍ତମାନ ପ୍ରାୟ ୨୫୦ କୋଟିକୁ ଖସି ଆସିଛି।
ଆଦାନୀ ଗ୍ରୁପ୍‌ର ମୋଟ ଋଣ ୨ ଲକ୍ଷ କୋଟି ଟଙ୍କା ରହିଛି। ତିନିବର୍ଷ ମଧ୍ୟରେ ଆଦାନୀ ଗ୍ରୁପରେ ଋଣ ପରିମାଣ ଦ୍ୱିଗୁଣିତ ହୋଇଛି। ମୋଟ ଋଣରେ ଭାରତୀୟ ବ୍ୟାଙ୍କଗୁଡିକର ଭାଗିଦାରି ୪୦ ପ୍ରତିଶତରୁ କମ୍ ଅର୍ଥାତ୍ ୮୦ ହଜାର କୋଟିରୁ କମ୍ ଅଟେ। ଏଥିରେ ମଧ୍ୟ ଘରୋଇ ବ୍ୟାଙ୍କରୁ ନିଆଯାଇଥିବା ଋଣର ହାର ୧୦ ପ୍ରତିଶତରୁ କମ୍ ଅଟେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ