Masthead

ବିଜେଡିକୁ ନିର୍ବାଚନ ହାରିବାର ଭୟ ଘାରିଛି: ଶରତ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟରେ ଗଣତନ୍ତ୍ର ବିପଦରେ ଅଛି। ବାବୁ ସରକାର ବନ୍ଦ ହେବ। ଆଗମୀ ଦିନରେ କଂଗ୍ରେସ ଗଣତନ୍ତ୍ରର ରକ୍ଷା କରିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ବିଜେଡିକୁ ନିର୍ବାଚନ ହାରିବାର ଭୟ ଘାରିଛି। ପୁଣି ଥରେ ସରକାରକୁ ଫେରି ପାରିବେ ନା ନାହିଁ । ତେଣୁ କେନ୍ଦ୍ରର ସାହାଯ୍ୟ ନେଇ ଜିତିବାକୁ ଚେଷ୍ଟା କରୁଛନ୍ତି। ସେଥିପାଇଁ ଆଗୁଆ ନିର୍ବାଚନ କରିବାକୁ ସଲାସୁତରା କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯାଉଥାଇ ପାରନ୍ତି। ନିର୍ବାଚନ ଠିକ୍ ସମୟରେ ହେବା କଥା। ଭୟ ଅଛି ବୋଲି ଆଗୁଆ କରିବାକୁ ଚେଷ୍ଟା କରୁଛନ୍ତି ।

ଯାହା କି ଗଣତନ୍ତ୍ରର ହତ୍ୟା ବୋଲି ଲୋକେ କହୁଛନ୍ତି । ୫ ବର୍ଷ ପାଇଁ ଲୋକ ଭୋଟ ଦେଇଛନ୍ତି। ରାଜ୍ୟରେ ଶାସକ ଦଳ ଆସ୍ଥା ହରାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଲୋକ ଭେଟି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ କୁଆଡେ ଯାଉ ନାହାଁନ୍ତି। ରାଜ୍ୟରେ କ୍ଷମତା ବାବୁମାନଙ୍କ ହାତରେ ରହିଛି । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଓ ଶାସକ ଦଳ ଏକାଠି ଅଛନ୍ତି। ଏହା ଅଧିକ ଦିନ ଚାଲିବ ନାହିଁ। ରାଜ୍ୟବାସୀ ଆସନ୍ତା ନିର୍ବାଚନ ଏହାର ଜବାବ ଦେବେ। କଂଗ୍ରେସ ସରକାର ଗଠନ କରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ