ଭାଙ୍ଗିପଡିଛନ୍ତି ଶେହନାଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଟିଭିର ପପୁଲାର ଆକ୍ଟର ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ପରେ ଭାଙ୍ଗି ପଡିଛନ୍ତି ତାଙ୍କ ଫ୍ୟାନ୍ସ । ଶୁସାନ୍ତ ସିଂଙ୍କ ପରେ ବଲିଉଡରେ ପୁଣି ଏକ ଝଡ ଦେଖାଦେଲା ବୋଲି ଅନେକ କହୁଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁକୁ ତିନି ସପ୍ତାହରୁ ଅଧିକ ବିତିଗଲାଣି କିନ୍ତୁ ଏବେ ବି ଦୁଃଖ ଭିତରୁ ବାହାରି ପରି ନାହାନ୍ତି ତାଙ୍କର ଅନେକ ଫ୍ୟାନ୍ସ । ସେଥିମଧ୍ୟରେ ସିଦ୍ଧାର୍ଥଙ୍କ ବନ୍ଧୁ ଶେହେନାଜ ଗିଲ୍ ମଧ୍ୟ ସାମିଲ ଅଛନ୍ତି । ସିଦ୍ଧାର୍ଥଙ୍କ ଦେହାନ୍ତ ପରେ ଭାଙ୍ଗି ପଡିଛନ୍ତି ସେହେନାଜ୍ । ନା କୌଣସି ସୋସିଆଲ ମିଡିଆ ପୋଷ୍ଟ ନା କୌଣସି ରିଆକ୍ସନ କିଛି ବି ଦେଖିବାକୁ ମିଳୁନି ଶେହେନାଜଙ୍କର । ତାଙ୍କର ଅନେକ ଗୁଡିଏ ସୁଟିଂ ମଧ୍ୟ ଅଧାରେ ରହି ଯାଇଛି । କିନ୍ତୁ ଆଶା କରାଯାଉଛି ଯେ ଶେହେନାଜ ଖୁବଶୀଘ୍ର ତାଙ୍କର ଅଧା ରହିଥିବା ସୁଟିଂକୁ ଫେରିବେ ।

କହିବାକୁ ଗଲେ ଶେହେନାଲ ଗିଲ୍ ଏକ ପଞ୍ଜାବୀ ଚଳଚିତ୍ର ‘ହୌସଲା ରଖ’ ରେ ସାଇନ୍ କରିଛନ୍ତି । ଯେଉଁଥିରେ କି ସେ ଅଭିନେତା ତଥା ସିଙ୍ଗର ଦିଲଜିତଙ୍କ ସହ ସ୍କ୍ରିନ୍ ସେୟାର କରିବେ । ଫିଲ୍ମର ପ୍ରୋମୋସନାଲ ସଙ୍ଗ ନିକଟରେ ସୁଟିଂ ହେବାର ଥିଲା । କିନ୍ତୁ ସିଦ୍ଧାର୍ଥଙ୍କ ଡେଥ୍ ପରେ ଶେହନାଜ୍ଙ୍କ ଅବସ୍ଥା ଦେଖି ଫିଲ୍ମର ନିର୍ମାତା ମାନେ ଏହାକୁ ସ୍ଥଗିତ କରିଥିଲେ । ନିକଟରେ ଏକ ସାକ୍ଷାତକାରରେ ଫିଲ୍ମର ନିର୍ମାତା ଦିଲଜିତ୍ କହିଛନ୍ତି ଯେ ବର୍ତ୍ତମାନ ସେମାନେ କେବଳ ଶେହନାଜଙ୍କ ସୁସ୍ଥ ହେବାକୁ ଅପେକ୍ଷା କରି ରହିଛନ୍ତି । ଶେହେନାଜ୍ ଠିକ୍ ହେବା ପରେ ହିଁ ସୁଟିଂ ଆରମ୍ଭ ହେବ । ତେବେ ସିଦ୍ଧାର୍ଥଙ୍କ ଡେଥ୍ ପରେ ସିଡନାଜଙ୍କର ଅନେକ ଫ୍ୟାନ୍ସ ଶେହେନାଜଙ୍କୁ ସୋସିଆଲ ମିଡିଆ ଜରିଆରେ ସାନ୍ତ୍ୱନା ଦେଉଛନ୍ତି । ଆହୁରି ଅନେକ ଫ୍ୟାନ୍ସ କହୁଛନ୍ତି ଯେ ତୁମେ ଆଗକୁ ବଢ ଆମ ତୁମ ସହିତ ରହିଛୁ । ତେବେ ଶେହେନାଜ ଗିଲ୍ କେବେ ପୁଣି ଥରେ ନିଜ ପୂର୍ବ ଅବସ୍ଥାକୁ ଫେରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ବିଗ୍ ବସ୍ ସିଜିନ୍ ୧୩ ପରେ ସବୁଠି ସିଦ୍ଧାର୍ଥ ସୁକ୍ଲା ଓ ଶେହେନାଜ ଗିଲଙ୍କ ଫ୍ରେଣ୍ଡସିପ୍ କୁ ନେଇ ଚର୍ଚ୍ଚା ହେଉଥିଲା । ଦୁହିଁଙ୍କ ବଣ୍ଡିଂ ଏତେ ଖାସ୍ ଥିଲା ଯେ ସୋସିଆଲ ମିଡିଆରେ ଦୁହିଁଙ୍କର ଅନେକ ଫ୍ୟାନ୍ ଫଲୋଇଙ୍ଗ ଦେଖିବାକୁ ମିଳୁଥିଲେ । କିଛି ଭିଡିଓ ସଙ୍ଗରେ ବି ଉଭୟ ଏକାଠି ନଜର ଆସିଛନ୍ତି । ତେବେ ସିଦ୍ଧାର୍ଥଙ୍କ ଡେଥ୍ ପରେ ପୁଣି କେବେ ଶେହେନାଜ ସ୍କ୍ରିନ୍ କୁ ଫେରିବେ ତାକୁ ନେଇ ଏବେ ଅପେକ୍ଷାରେ ରହିଛନ୍ତି ଦର୍ଶକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!