Masthead

ସିରିଜ ପୂର୍ବରୁ ଅଷ୍ଟ୍ରେଲିଆକୁ ଝଟକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୯ରୁ ନାଗପୁର ଗ୍ରାଉଣ୍ଡରେ ଆରମ୍ଭ ହେବକୁ ଯାଉଛି । ସିରିଜ ଆରମ୍ଭ ହେବାର ଠିକ ପୂର୍ବରୁ ଆଜି କଙ୍ଗାରୁ ଦଳର ଷ୍ଟାର କ୍ରିକେଟର ତଥା ପୂର୍ବତନ ଅଧିନାୟକ ଆରୋନ ଫିଞ୍ଚ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ୨୦୨୧ରେ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପ ଜିତିଥିଲା। ଏଥି ସହିତ ୨୦୧୫ ବିଶ୍ୱକପ ବିଜୟରେ ଆରୋନ ଫିଞ୍ଚଙ୍କ ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲ ।

ଫିଞ୍ଚ ତାଙ୍କ ଅବସର ସମ୍ପର୍କରେ ଏକ ବିବୃତ୍ତିରେ କହିଛନ୍ତି ଯେ ମୁଁ ଅନୁଭବ କରିଛି ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ମୁଁ ଖେଳି ପାରିବି ନାହିଁ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଅବସର ନେବା ପାଇଁ ମୋର ଉପଯୁକ୍ତ ସମୟ । ତେଣୁ ଦଳ ଆଗକୁ ବଢିପାରିବ। ରଣନୀତି ଉପରେ କାର୍ଯ୍ୟ କରିବାବେଳେ ଅନ୍ୟ ଖେଳାଳୀ ପ୍ରସ୍ତୁତ କରିପାରିବ ।ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ଏହି ସୁଯୋଗ ନେଇ ଅଷ୍ଟ୍ରେଲୀୟ ଖେଳାଳି, ମୋ ଦଳ, ପରିବାର ଏବଂ ପତ୍ନୀଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋତେ ସବୁବେଳେ ସମର୍ଥନ କରିଛନ୍ତି। ଏଥି ସହିତ ମୁଁ ପ୍ରଶଂସକମାନଙ୍କୁ ମଧ୍ୟ ହୃଦୟର ଅନ୍ତରରୁ ଧନ୍ୟବାଦ ଜଣାଉଛି। ୨୦୨୧ ଟି -୨୦ ବିଶ୍ୱକପ ଏବଂ ୨୦୧୫ ଦିନିକିଆ ବିଶ୍ୱକପ ଜିତିବା ମୋ କ୍ୟାରିୟରର ସର୍ବୋତ୍ତମ ସ୍ମୃତି ହେବ । ସେ ୫ଟି ଟେଷ୍ଟ, ୧୪୬ ଦିନକିଆ , ୧୦୩ ଟି-୨୦ ମ୍ୟାଚ ଖେଳିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼