Masthead

ମୋହନ ଭାଗବତଙ୍କ ନାଁରେ ମାମଲା ରୁଜୁ

ପାଟନା (ବଡ଼ ଖବର ବ୍ୟୁରୋ): ମୋହନ ଭାଗବତଙ୍କ ନାଁ ରୁଜୁ ହୋଇଛି ମାମଲା । ପଣ୍ଡିତମାନଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ବିରୋଧରେ ବିହାର ମୁଜାଫରପୁର ଜିଲାର ଏକ ଅଦାଲତରେ ମାମଲା ରୁଜୁ ହୋଇଛି। ପଣ୍ଡିତମାନେ ନିଜର ଫାଇଦା ପାଇଁ ସମାଜକୁ ଭାଗ ଭାଗ କରିଛନ୍ତି ବୋଲି କହିଥିଲେ ଭାଗବତ ।

ଆର୍‌ଏସ୍‌ଏସ୍‌ ମୁଖ୍ୟଙ୍କ ଏଭଳି ମନ୍ତବ୍ୟ ପଣ୍ଡିତମାନଙ୍କ ଭାବାବେଗକୁ ଆଘାତ ଦେଇଥିବାରୁ ମୁଜାଫରପୁରର ବରିଷ୍ଠ ଆଇନଜୀବୀ ସୁଧୀର କୁମାର ଓଝା କୋର୍ଟରେ ମାମଲା ଦାଏର କରିଛନ୍ତି । ଏହା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ରେ ହେବ। ମୁମ୍ବାଇରେ ରବିଦାସ ଜୟନ୍ତୀ କାର୍ଯ୍ୟକ୍ରମରେ ଭାଗବତ କହିଥିଲେ, ଜାତି ପ୍ରଥା ଭଗବାନ ନୁହନ୍ତି ପଣ୍ଡିତମାନେ ସୃଷ୍ଟି କରିଛନ୍ତି। ଭଗବାନ ସମସ୍ତଙ୍କୁ ସମାନ ଗଢ଼ିଥିବାବେଳେ ପଣ୍ଡିତମାନେ ସେମାନଙ୍କ ଫାଇଦା ପାଇଁ ସମାଜକୁ ଜାତି ନାମରେ ଭାଗ ଭାଗ କରିଛନ୍ତି ବୋଲି ଭାଗବତ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର