Masthead

ଟିଏମସି ଡବଲ ଇଞ୍ଜିନ୍‌ ସରକାରକୁ ହଟାଇପାରିବ: ମମତା

ଅଗରତାଲା (ବଡ଼ ଖବର ବ୍ୟୁରୋ): ଟିଏମସି ଭାଜପାର ଡବଲ ଇଞ୍ଜିନ୍‌ ସରକାରକୁ ହଟାଇପାରିବ ଏବଂ ଦେଶବାସୀଙ୍କୁ ଭାଜପାର ବିକଳ୍ପ ଦେବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି। ଅଗରତାଲାରେ ଏକ ଜନସଭାକୁ ସମ୍ବୋଧିତ କରି ମମତା କହିଥିଲେ, ଭାଜପା ଶାସନରେ ତ୍ରିପୁରାରେ ଗଣତନ୍ତ୍ରକୁ ଗୌଣ କରିଦିଆଯାଇଛି। ଅନ୍ୟ ଦଳଗୁଡ଼ିକୁ ଏଠାରେ ସଭା କରିବା ପାଇଁ ଅନୁମତି ମିଳୁନାହିଁ। ଖବରଦାତାମାନେ ଖବର ସଂଗ୍ରହ ଅଧିକାର ହରାଇଛନ୍ତି।

ଦୁଇବର୍ଷ ପୂର୍ବେ ଏଠାରେ ଟିଏମ୍‌ସି ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରାଯିବା ସହ ସେମାନଙ୍କ ଗାଡ଼ି ଭଙ୍ଗାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ବେଆଇନ ଭାବେ ଜେଲରେ ରଖାଯାଇଛି। ରାଜ୍ୟରେ ଗଣତନ୍ତ୍ର ଅତି ଦୟନୀୟ ସ୍ଥିତିରେ ରହିଛି। ସରକାରଙ୍କ ଭୁଲ ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଟିଏମ୍‌ସି ନେତାମାନଙ୍କୁ ନିର୍ୟାତନା ଦିଆଯାଉଛି। ଲୋକଙ୍କୁ ୧୦୦ ଦିନ କାମର ଗ୍ୟାରେଣ୍ଟି ଦେଇପାରୁ ନ ଥିବା ଦଳ ଭୋଟ ମାଗିବାର ଅଧିକାର ହରାଇଛି ବୋଲି ଭାଜପାକୁ ଲକ୍ଷ୍ୟ କରି ମମତା କହିଛନ୍ତି।

ସେହିପରି ସିପିଆଇ(ଏମ୍‌)-କଂଗ୍ରେସ ମେଣ୍ଟକୁ ମଧ୍ୟ ମମତା ସମାଲୋଚନା କରିଥିଲେ। ପଶ୍ଚିମବଙ୍ଗ ଭଳି ତ୍ରିପୁରାବାସୀ ଏହି ମେଣ୍ଟକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଟିଏମ୍‌ସି ନେତ୍ରୀ କହିଛନ୍ତି। ତ୍ରିପୁରାରେ ତାଙ୍କ ଦଳ କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ଲାଗୁ ହୋଇଥିବା ଲକ୍ଷ୍ମୀର ଭଣ୍ଡାର, କନ୍ୟାଶ୍ରୀ ଭଳି ବିକାଶ ଯୋଜନା କାର୍ୟ୍ୟକାରୀ କରାଯିବ ବୋଲି ମମତା ପ୍ରତିଶ୍ରୁତି ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର