Masthead

ଭୂମିକମ୍ପର ହୃଦୟ ବିଦାରକ ଦୃଶ୍ୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭୂମିକମ୍ପର ହୃଦୟ ବିଦାରକ ଦୃଶ୍ୟ । ହାରିଗଲେ ପରିବାର, ବଞ୍ଚିଗଲା ଜୀବନ । ତୁର୍କୀ ଓ ସିରିୟାରେ ୩୦ ନିୟୁତ ଲୋକ ପ୍ରଭାବିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୮ହଜାରରୁ ଅଧିକ ହୋଇଛି। ଧ୍ୱଂସସ୍ତୁପ ତଳୁ ମୃତାହତଙ୍କୁ ଠାବ କରିବା ପ୍ରକ୍ରିୟା ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇବ ନେଇ ଆଶଙ୍କା କରାଯାଉଛି । ସିରିୟାର ଉତ୍ତରପୂର୍ବ ଅଞ୍ଚଳରେ ଥିବା ଜେନ୍‌ଡେରେସ୍‌ରେ ଭୂକମ୍ପ ଅନୁଭୂତ ହେବା ସମୟରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହିଳାଙ୍କୁ ଦେଶର ଡେର୍‌ ଏଜର ପ୍ରଦେଶରୁ ଉକ୍ତ ସ୍ଥାନକୁ ସନ୍ତାନ ପ୍ରସବ ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା।

ତେବେ ଭୂକମ୍ପରେ ଅନ୍ୟମାନଙ୍କ ଘର ସହିତ ଏହି ମହିଳାଙ୍କ ଘର ମଧ୍ୟ ଧ୍ୱଂସ ହୋଇଥିଲା । ଏହାରି ଭିତରେ ମହିଳା ପ୍ରସବ କରିଥିଲେ। ଧ୍ୱଂସସ୍ତୁପ ତଳେ ଜୀବିତ ଲୋକଙ୍କୁ ଖୋଜୁଥିବା ଉଦ୍ଧାରକାରୀମାନେ ଏହି ଶିଶୁର କାନ୍ଦ ଶୁଣି ସେହି ସ୍ଥାନକୁ ଖୋଳିଥିଲେ । ପରିବାରର ସମସ୍ତ ବ୍ୟକ୍ତି ଘର ତଳେ ଚାପିହୋଇ ପ୍ରାଣ ହରାଇଥିଲେ। କେବଳ ବଞ୍ଚିଥିଲା ନବଜାତ ଶିଶୁ। ଏଭଳିକି ଜନ୍ମ ଦେଇଥିବା ମାର ମଧ୍ୟ ମୃତୁ୍ୟ ହୋଇଥିଲା । ନବଜାତ ଶିଶୁକୁ ହସ୍ପିଲରେ ଭର୍ତ୍ତି କରାଯାଇଥିଲା । ଏଭଳି ଦୃଶ୍ୟ ଉଦ୍ଧାରକାରୀ ଦଳ ସଦସ୍ୟଙ୍କ ଆଖିରେ ଲୁହ ଭରିଦେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼