Masthead

ସରପଞ୍ଚ ହେବ ତ ଏମିତି

କେନ୍ଦ୍ରାପଡ଼ା, (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅମୃତମଣୋହୀ ପଞ୍ଚାୟତର ସରପଞ୍ଚ କୁଳମଣି ମଲ୍ଲିକ । କୁଳମଣିଙ୍କ ବିଷୟରେ ଜାଣିଲେ ଆପଣ ଅଶ୍ଚର୍ଯ୍ୟ ହେବେ ନିଶ୍ଚୟ । ଦୁଇ ଦୁଇ ଥର ସରପଞ୍ଚ ହୋଇ ମଧ୍ୟ ତାଙ୍କ ପରିବାର ଛିଣ୍ଡା ଜରିପାଲ ଘେରା ଘରେ ରୁହନ୍ତି । ମାନବସେବା ହିଁ ମାଧବସେବା ଉକ୍ତିକୁ ଜୀବନର ବ୍ରତ କରିଛନ୍ତି କୁଳମଣି । ପ୍ରଥମେ ୨୦୦୨ରୁ ୨୦୦୭ ପର୍ଯନ୍ତ ସରପଞ୍ଚ ଥିଲେ କୁଳମଣି । ୨୦୧୭ରେ ଦ୍ୱିତୀୟ ଥର ସରପଞ୍ଚ ଦାୟିତ୍ୱ ନେଇଛନ୍ତ । ୨୦୦୭ରୁ ୨୦୨୭ ଯାଏଁ ସେ ସରପଞ୍ଚ ନଥିବା ଭିତରେ ଅନେକ ଥର ଆବାସ ଯୋଜନା ପାଇଁ ଆବେଦନ କରିଥିଲେ । ମାତ୍ର ମିଳିନଥିଲା । ନିଜ ଜମିରେ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି କୁଳମଣି । ପଞ୍ଚାୟତର ବିକାଶ ପାଇଁ ନିଜକୁ ସମର୍ପି ଦେଇଥିବା କହିଛନ୍ତି । ଛୁଆ ପିଲାଙ୍କୁ ରୋଗ ହେଲେ ତାଙ୍କୁ ନେଇ ଡାକ୍ତରଖାନା ମଧ୍ୟ ଯାଆନ୍ତିନି । ଏଇଥି ପାଇଁ ଅନେକଥର ଘରେ ଝଗଡ଼ା ହେଉଥିବା କହିଛନ୍ତି ତାଙ୍କ ପତ୍ନି ଅବନ୍ତି ମାଲ୍ଲିକ । ଲୋକଙ୍କ ଦାନରେ ସେ ନିର୍ବାଚନ ଖର୍ଚ୍ଚ ଉଠାନ୍ତି ବୋଲି କହିଛନ୍ତି କୁଳମଣି ।


ଅତି ସାଧାରଣ ଜୀବନ ବିତାଉଥିବା କୁଳମଣିଙ୍କ ଅଛି ଆଉ ଏକ ପ୍ରତିଭା । ସେ ନିଜ ନାକ ଆଉ ପାଟିରୁ ବିଭିନ୍ନ ଶବ୍ଦ ବାହର କରିବା ସହ ଆଙ୍ଗୁଠି ସହାଯ୍ୟରେ ଦାସକାଠିଆ ଧୁନ ତିଆରି କରନ୍ତି । ଗୀତ ମଧ୍ୟ ପରିବେଷଣ କରନ୍ତି । ଆଉ ଏହି କଳା ପାଇଁ ସେ ଅନେକ ସ୍ଥାନରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି । କୁଳମଣିଙ୍କ ଏଭଳି କାର୍ଯ୍ୟଦେଖି ଲୋକେ କୁହାନ୍ତି ସରପଞ୍ଚ ହେବ ତ ଏମିତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ