Masthead

ସରକାରୀ ସହାୟତାରୁ ବଞ୍ଚିତ କାଞ୍ଚନ

କୋରୁକଣ୍ଡା (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା କୋରୁକୁଣ୍ଡା ବ୍ଲକ ମହେଶ୍ୱରପୁର ଗାଁର କାଞ୍ଚନ ଖରା । ସ୍ୱାମୀ ଗୁପ୍ତ ଖରାଙ୍କ ବିୟୋଗ ପରେ ୫ଜଣ ଛୁଆଙ୍କୁ ନେଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି କାଞ୍ଚନ । ୬ପ୍ରାଣୀଙ୍କ ପେଟକୁ ଦାନା ଯୋଗାଇବା କଷ୍ଟ ହୋଇପଡୁଛି । ଅସୁବିଧାରେ ଚଳୁଥିଲେ ସୁଦ୍ଧା ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି ସେମାନେ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ନୁଆଣିଆ ପାଲଟଣା ଘରେ ୬ଜଣ ଚଳିବା କଷ୍ଟ ସାଧ୍ୟ । ସ୍ୱାମୀଙ୍କ ମୃତ୍ୟୁପରେ ପିଲାଙ୍କୁ ମଣିଷ କରିବା ଲାଗି ଅସୁମାରୀ ସ୍ୱପ୍ନ ଦେଖିଛନ୍ତି କାଞ୍ଚନ । ମୂଲ ମଜୁରୀ କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି । ୬ଜଣଙ୍କ ଲାଗି ଦାନା ଯୋଗାଡ କରିବା କେତେ ଯେ କଷ୍ଟ ତାହା ଭଗବାନ ଜାଣନ୍ତି ।

ଗରିବ ଲୋକଙ୍କ ଲାଗି ସରକାର ବିଭିନ୍ନ ଯୋଜନାମାନ ଘୋଷଣା କରିଥିଲେ ସୁଦ୍ଧା କାଞ୍ଚନଙ୍କୁ କୌଣସି ସୁବିଧା ମିଳୁନାହିଁ । ପାଲଟଣା ଘରେ ବିତୁଛି ଜୀବନ । ଘର କେତେବେଳେ ଯେ ଘର ଭାଙ୍ଗିଯିବ ତାର କିଛି ଭରସା ନାହିଁ । ସବୁବେଳେ ରହୁଛି ସାପର ଭୟ । କାଞ୍ଚନ ଯୋଗ୍ୟ ହିତାଧିକାରୀ ଥିଲେ ସୁଦ୍ଧା କାଞ୍ଚନକୁ ଆବାସ ଯୋଜନାରେ ପକ୍କାଘର ଖଣ୍ଡେ ମିଳିନାହିଁ । ଘର କଥା ଛାଡନ୍ତୁ ରାସନକାର୍ଡ ଏବଂ ବିଧବା ଭତ୍ତାରୁୁ ମଧ୍ୟ ବଞ୍ଚିତ ହୋଇଛନ୍ତି କାଞ୍ଚନ । କୌଣସି ଗୋଟିଏ ବି ସରକାରୀ ସହାୟତା ତାଙ୍କୁ ମିଳିନାହିଁ । ଏନେଇ ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରିଥିଲେ ସୁଦ୍ଧା ଫଳାଫଳ ମିଳିନାହିଁ । ସରକାରୀ ସହାୟତା ମିଳିଲେ ଉପକୃତ ହେବା ସହ ପୁଅର ଭବିଷ୍ୟତ ଲାଗି ଜଜ୍ୱଳ ହୁଅନ୍ତା ବୋଲି କହିଛନ୍ତି କାଞ୍ଚନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼