Masthead

ପୁରୁଣା ବଜେଟ ପଢିଲେ ମୁଖ୍ୟମନ୍ତ୍ରୀ

ରାଜସ୍ଥାନ (ବଡ଼ ଖବର ବ୍ୟୁରୋ): ରାଜସ୍ଥାନ ବିଧାନସଭାରେ ଶୁକ୍ରବାର ବଜେଟ ଉପସ୍ଥାପନ ହୋଇଛି। ବଜେଟ୍‌ ଉପସ୍ଥାପନ କରୁଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ଏହାକୁ ନେଇ ଗୃହରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଥିଲା । ବାଚସ୍ପତି ହଟ୍ଟଗୋଳକୁ ଦେଖି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।ବଜେଟ ପଢିବା ସମୟରେ ଅଶୋକ ଗେହଲଟ ପୁରୁଣା ବଜେଟର କିଛି ଯୋଜନାକୁ ପୁଣି ଥରେ ଉପସ୍ଥାପନା କରିଥିଲେ ।

କେବଳ ଏତିକି ନୁହେଁ ଏଥିରେ ସହରୀ ବିକାଶ ଯୋଜନା ଯାହା ଗତ ବର୍ଷ ଲାଗୁ ହୋଇଥିଲା ତାହା ମଧ୍ୟ ରହିଥିଲା । ତାକୁ ମଧ୍ୟ ଚଳିତ ବଜେଟରେ ପୁଣି ଥରେ ଉପସ୍ଥାପନ କରାଯାଇଥିଲା । ଏହା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ମହେଶ ଯୋଶୀ ତାଙ୍କୁ ଏ ବାବଦରେ ଅବଗତ କରାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ବଜେଟ ଭାଷଣକୁ ବନ୍ଦ କରିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏହି ଭୁଲକୁ ଅବହେଳା ପ୍ରସଙ୍ଗ କରି ବିରୋଧୀଦଳ ଗୃହରେ ହଙ୍ଗାମା ଆରମ୍ଭ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଭୁଲ ବୁଝିପାରି କ୍ଷମା ମାଗିଥିଲେ। ଏହା ପରେ ମଧ୍ୟ ବିରୋଧୀ ଶାନ୍ତ ପଡି ନ ଥିଲେ। ବିରୋଧୀ ଦଳର ଆଭିମୁଖ୍ୟ ଦେଖି ବାଚସ୍ପତି ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା