Masthead

ତଥ୍ୟ ଲିକ୍ ଅଭିଯୋଗ, ହାଲର ଦୁଇ କର୍ମଚାରୀକୁ ଉଠାଇ ନେଇଛି ସିବିଆଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତଥ୍ୟ ଲିକ୍ ଅଭିଯୋଗରେ ହାଲର ଦୁଇ କର୍ମଚାରୀକୁ ଉଠାଇ ନେଇଛି ସିବିଆଇ । ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ୍ ଲିମିଟେଡ (ହାଲ୍)ର ଜଣେ ଅଫିସରଙ୍କ ସମେତ ଦୁଇ ଜଣଙ୍କୁ ସିବିଆଇ ଅଫିସରମାନେ ଉଠାଇ ନେଇଛନ୍ତି । ଏକ ଏକ ଅଜ୍ଞାତ ସ୍ଥାନରେ ରଖି ତାଙ୍କୁ ପଚରାଉଚରା ଚଳାଇଛନ୍ତି ।
କର୍ମଚାରୀ ହେଲେ ଆସେମ୍ବ୍ଲିଂ ବିଭାଗ ଅଫିସର ସତ୍ୟଜିତ ଖାଡେଙ୍ଗା ଓ ଅଧସ୍ତନ କର୍ମଚାରୀ ଦେବାଶିଷ କୁମାର ନାୟକ। ଦେବାଶିଷଙ୍କ ଲାପ୍ଟପ୍ ଏବଂ ହାର୍ଡ ଡିସ୍କ ସହିତ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ଖାତା ଓ ଅନ୍ୟ ତଥ୍ୟ ଜବତ ହୋଇଛି ।

ଦୁହେଁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍ଆଇର ହନିଟ୍ରାପ ଫଶିଥିବା ସନେ୍ଦହ କରାଯାଉଛି । ମହାରାଷ୍ଟ୍ରର ନାସିକ ସ୍ଥିତ ହାଲରୁ ତଥ୍ୟ ଲିକ୍ ସମ୍ପର୍କରେ ସୂଚନା ମିଳିବା ପରେ ସେଠାରୁ ସିବିଆଇ ଟିମ୍ ଆସି ଚଢ଼ଉ କରିଛନ୍ତି । ଶନିବାର ପୂର୍ବାହ୍ନ ୧୦ଟାରେ ଚଢାଉ ହୋଇଛି ଓ ଏହାକୁ ଅତ୍ୟନ୍ତ ଗୋପନ ରଖାଯାଇଛି । ଅପରାହ୍ଣ ପ୍ରାୟ ୨ଟାରେ ଉଭୟଙ୍କୁ ଉଠାଇ ନିଆଯାଇଥିଲା । ତଥ୍ୟ ଲିକରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାର ଖୋଳତାଡ଼ ଚାଲିଛି । କିନ୍ତୁ ହାଲ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି