Masthead

ତ୍ରିପୁରାରେ ବିକାଶ କେବଳ ଭାଜପାର ଶାସନ ମଧ୍ୟରେ ହୋଇଛି: ଅମିତ ଶାହା

ତ୍ରିପୁରା (ବଡ଼ ଖବର ବ୍ୟୁରୋ): ଆଗକୁ ତ୍ରିପୁରା ବିଧାନସଭା ନିର୍ବାଚନ । ନିର୍ବାଚନ ପୂର୍ବରୁ ଭାଜପା ଜାରି ରଖିଛି ଜୋରଦାର ପ୍ରଚାର ଅଭିଯାନ । ରାଜ୍ୟରେ କ୍ରମାଗତ ଭାବେ ବଡ ବଡ ଭାଜପା ନେତାଙ୍କ ନିର୍ବାଚନ ରାଲି ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚାନ୍ଦିପୁରରେ ବିଜୟ ସଂକଳ୍ପ ରାଲିରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଯଦି ତ୍ରିପୁରାରେ ବିକାଶ ଆସିଛି, ତେବେ କେବଳ ଭାଜପାର ୫ବର୍ଷ ଶାସନ ମଧ୍ୟରେ ହୋଇଛି। ଭାଜପା ସରକାର ରାଜ୍ୟର ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ବୀମା ଦେବା କାମ କରିଛନ୍ତି।

ସମସ୍ତ ଘରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯାଇଛି। ଗ୍ୟାସ ସିଲିଣ୍ଡର ଯୋଗାଣ, ଶୌଚାଳୟ ନିର୍ମାଣ କାର୍ଯ୍ୟ ଏବଂ ମାଗଣାରେ ଖାଦ୍ୟ ଦେବା କାମ କରାଯାଇଛି। ସମସ୍ତଙ୍କୁ ସମ୍ମାନ ଅଧିକାର ପ୍ରଦାନ କରିବାର କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନେତୃତ୍ୱରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାଣିକ ସାହା ସରକାର କରିଛନ୍ତି।ଗତ ୫ ବର୍ଷ ମଧ୍ୟରେ ଭାଜପା ଏହି ଅଞ୍ଚଳରେ ଶାନ୍ତି ଆଣିଛି।

କମ୍ୟୁନିଷ୍ଟ ଏବଂ କଂଗ୍ରେସ ମଧ୍ୟରେ ରାଜ୍ୟରେ ଏକ ମିଳିତ ମଞ୍ଚ ଗଠନ କରାଯାଇଛି। ମିଳିତ ମଞ୍ଚ ଗଠନ ହେବା ମାତ୍ରେ କମ୍ୟୁନିଷ୍ଟମାନେ ସ୍ବୀକାର କରିଛନ୍ତି ଯେ ଭାଜପା ସହିତ ଏକା ଲଢ଼ିବା ସମ୍ଭବ ନୁହେଁ। ଶହ ଶହ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟମାନେ ଆଜି କଂଗ୍ରେସ ସହ ଇଲୁ-ଇଲୁ କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼